ମୁମ୍ବାଇ : ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । କିଛି ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ । ସେମାନଙ୍କ ସମ୍ପର୍କ ବହୁତ ସିକ୍ରେଟ୍ ଥିଲା । ଦୁହେଁ ୭ ଫେବୃୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ ବେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଥିଲେ । ହେଲେ ବିବାହ ପରେ ଦୁହେଁ ଦିଲ୍ଳୀ ଯାଇଥିଲେ ଏବେ ମୁମ୍ାଇକୁ ଫେରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଏବଂ ଝାଡୁ ଦାନ କରିବା ଅନୁଚିତ କିଆରା ଅଲଗା ଘରେ ରହୁଥିଲେ କିନ୍ତୁ ଏହା ସ୍ପଷ୍ଟ ଯେ ବିବାହ ପରେ ଏହି ପୁରୁଣା ଘରେ ରହିବେ ନାହିଁ । ବର୍ତ୍ତମାନ ଦୁହେଁ ନୂଆ ଘର କିଣିଛନ୍ତି । ଯାହା ବହୁତ ବିଳାଶପୂର୍ଣ୍ଣ ଅଟେ । ଖବର ଆସିଛି କି ନୂଆ ଘରର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ବୋଲି କୁହାଯାଉଛି ।
ଯାହାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓରେ ଆପଣ ଆପାର୍ଟଣ୍ଟେଣ୍ଟ ଦେଖିପାରୁଥିବେ । ଯେଉଁଥିରେ ସିଦ୍ଧାର୍ଥ ମ ଏବଂ କିଆରା ଏକାଠି ରହିବେ । ବିବାହର କିଛି ସପ୍ତାହ ତଳେ ଏହି ଘର କିଣିଛନ୍ତି । ବହୁ ଖୋଜିବା ପରେ ତାଙ୍କୁ ଏହି ଘର ମିଳିଥିଲା । ଏହି ଲଗଜରୀ ଆପାର୍ଟମେଣ୍ଟ ପାଲି ହିଲ୍ ଅଞ୍ଚଳରେ ଅବସ୍ଥିତ । ଏହି ଭିଡିଓରେ ଘରର ଭିତର ଦୃଶ୍ୟମାନ ହେଉନାହିଁ, କିନ୍ତୁ ଗେଟ୍ ଏବଂ କୋଠା ନିଶ୍ଚିତ ଭାବରେ ଦେଖାଉଛି । କୁହାଯାଉଛି ଯେ ଏହି ଘରୁ ସମୁଦ୍ର ଓ ସୂର୍ଯ୍ୟାସ୍ତର ସୁନ୍ଦର ଦୃଶ୍ୟ ଦୃଶ୍ୟମାନ ହେଉଛି । ଏହାର ମୂଲ୍ୟ ୭୦କୋଟି ଟଙ୍କା ଅଟେ । ବର୍ତ୍ତମାନ ଏହି ଘର ପ୍ରସ୍ତୁତ ହେଉଛି ଏବଂ ସିଡ୍-କିଆରାଙ୍କ ଘର ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ସେମାନେ ସେହି ଘରେ ରହିବେ । ଯେଉଁଠାରେ ସିଦ୍ଧାର୍ଥ ବର୍ତ୍ତମାନ ଅଛନ୍ତି । ୧୨ ଫେବୃଆରୀ, ଆଜି ସିଦ୍ଧାର୍ଥ ଏବଂ କିଆରା ମୁମ୍ବାଇରେ ସେମାନଙ୍କ ଗ୍ରାଣ୍ଡ ରିସେପସନ୍ ଦେବେ । ଯେଉଁଥିରେ ଇଣ୍ଡଷ୍ଟ୍ରିର ସମସ୍ତ ଷ୍ଟାର ଏବଂ ମିଡିଆ ବି ସାମିଲ ହେବେ |