ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ପ୍ରଶଂସା ଭରା ପୋଷ୍ଟ
ଆରପାରିରେ ଟିଭି ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର ସିଦ୍ଧାର୍ଥ ଶୁକ୍ଲା। ହୃଦଘାତରେ ସିଦ୍ଧାର୍ଥଙ୍କର ହୋଇଛି ମୃତ୍ୟୁ।
(ମୁମ୍ବାଇ) : ଆରପାରିରେ ଟିଭି ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର ସିଦ୍ଧାର୍ଥ ଶୁକ୍ଲା। ହୃଦଘାତରେ ସିଦ୍ଧାର୍ଥଙ୍କର ହୋଇଛି ମୃତ୍ୟୁ। ତେବେ ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ କରିଥିଲେ। ଯାହାକି ଏବେ ଖୁବ୍ ଭାଇରାଲ ହୋଇଛି। ସିଦ୍ଧାର୍ଥଙ୍କ ଏହି ପୋଷ୍ଟରେ ତାଙ୍କ ହାତରେ ’ଲାଇଫ୍ ଲାଇନ୍ ଗ୍ରାଫ୍’ ଦେଖିପାରିବେ। ତେବେ ସିଦ୍ଧାର୍ଥ ଏହି ପୋଷ୍ଟ ୨୪ ଅଗଷ୍ଟରେ କରିଥିଲେ। ଏହାର କାରଣ ମଧ୍ୟ ରହିଥିଲା ଭିନ୍ନ।
ସୂଚନାନୁଯାୟୀ , ସିଦ୍ଧାର୍ଥଙ୍କ ହାତରେ ପ୍ଲେନ କାଗଜ ଉପରେ ଲାଇଫ୍ ଲାଇନ୍ ଗ୍ରାଫ୍ ଦେଖିବାକୁ ମିଳିଥିଲା। ଏହାପରେ ଉପରେ ଲେଖା ହୋଇଥିଲା The Heroes We owe ଅର୍ଥାତ ‘ହିରୋ, ଯାହାଙ୍କର ଆମେ ଋଣୀ।’ ଏହି ପୋଷ୍ଟରେ ସେ କରୋନା ଯୋଦ୍ଧାଙ୍କୁ ଖୁବ୍ ପ୍ରଶଂସା କରିଥିଲେ, ଯେଉଁମାନେ କି ଲୋକଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମେଡିକାଲ ଓ ନର୍ସିଂ ଷ୍ଟାରଙ୍କୁ ତାଙ୍କ ବଳିଦାନ ପାଇଁ ସିଦ୍ଧାର୍ଥ ପ୍ରଶଂସା କରିଛନ୍ତି।