ପଟିଆଲା : ପୂର୍ବତନ କ୍ରିକେଟର ତଥା ରାଜନେତା ନବ୍ଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଜେଲରୁ ମୁକୁଳିବାକୁ ଯାଉଛନ୍ତି । ପଟିଆଲା କୋର୍ଟ ତାଙ୍କୁ ଆଶନ୍ତା କାଲି ଜେଲରୁ ମୁକ୍ତ କରିବେ । ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏହି ସୁଚନା ଦିଆ ଯାଇଛି । ତାଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡା ଦେଶ ହୋଇଥିଲା । ସିଦ୍ଧୁଙ୍କ ଟ୍ୱିଟରରୁ କୁହା ଯାଇଛି ଯେ ଆପଣ ମାନଙ୍କୁ ସୁଚିତ କରିବାକୁ ଚାହୁଁଛୁ ସର୍ଦ୍ଦାର ନବଜୋତ ସିଂ ସିଦ୍ଧୁ ଆସନ୍ତା କାଲି ପଟିଆଲା ଜେଲରୁ ମୁକୁଳିବେ, ଏନେଇ ଜେଲ ଅଧିକାରୀ ସୁଚନା ଦେଇଛନ୍ତି । ସିଦ୍ଧୁଙ୍କ ଓକିଲଏଚପିଏସ ବର୍ମା କହିଛନ୍ତି ପଂଜାବ ଜେଲ ନିୟମ ଅନୁସାରେ, ଭଲ ବ୍ୟବହାର କରୁଥିବା କଏଦୀଙ୍କ ଦଣ୍ଡାଦେସ କ୍ଷମା କରିବାର ବା କମାଇ ଦେବାର ପ୍ରାବଧାନ ଅଛି । ଏହି ଅଧାରରେ ସିଦ୍ଧୁଙ୍କ ଜେଲ ଦଣ୍ଡାଦେଶ କମି ଯାଇଛି ।
ଗତ ବର୍ଷ ମେ ମାସରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଦଣ୍ଡା ଦେଶ ହୋଇଥିଲା । ସୁପ୍ରିମ କୋର୍ଟ ୫୯ ବର୍ଷୀୟ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ରୋଡ ରେଜ୍ ମାମଲାରେ ସିଦ୍ଧୁଙ୍କୁ ସଜ୍ଜା ଶୁଣାଇଥିଲେ । ୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ୬୫ ବର୍ଷୀୟ ଗୁରୁନାମ ସିଂଙ୍କୁ ଏକ ସଡକ ଦୁର୍ଘଟମା ମାମଲାରେ ପ୍ରବଳ ମାଡ ମାରିଥିଲେ । ଏଥିରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ରେ ସିଦ୍ଧୁଙ୍କୁ ସ୍ଥାନୀୟ କୋର୍ଟଏକ ହଜାର ଟଙ୍କା ଜରିମନା କରି ଦୋଷମୁକ୍ତ କରିଥିଲେ । ତେବେ ଗୁରୁନାମଙ୍କ ପରିବାର ଲୋକେ ଏହା ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାର ପୁନଃ ବିଚାର କରା ଯାଇ ସିଦ୍ଧୁଙ୍କୁ ଏକ ବର୍ଷ ଜେଲଦଣ୍ଡ ହୋଇଥିଲା ।