ପୋଷାକ ପାଇଁ ଟ୍ରୋଲ ହେଲେ ଶିଳ୍ପା

ଟ୍ରୋଲର୍ସମାନେ ମଧ୍ୟ ପୋଷାକକୁ ନେଇ ଶିଳ୍ପାକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ଟ୍ରୋଲର୍ସମାନେ ତାଙ୍କୁ ‘ଜେବ୍ରା କ୍ରସିଂ’, ସହରୀ ଜେବ୍ରା କହିଛନ୍ତି

0

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ବଡି ଫିଟନେସ ଓ ଫେସନକୁ ନେଇ ଚର୍ଚ୍ଚରେ ରୁହନ୍ତି ।ବଲିଉଡର ଜଣେ ଆଗଧାଡିର ଫିଟ ଅଭିନେତ୍ରୀଭାବେ ପରିଗଣିତ ହୁଅନ୍ତି । ନିକଟରେ ଶିଳ୍ପା ଏକ ପୁରସ୍କାର ଉତ୍ସପରେ ଯୋଗ ଦେଇଥିଲେ ।ଏହି ସମାରୋହରେ ଶିଳ୍ପା ବେଶ୍ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ ସୁଦ୍ଧା ସେ ଏବେ ତାଙ୍କ ପୋଷାକ ପାଇଁ ଟ୍ରୋଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପା କଳା ଓ ଧଳା ରଙ୍ଗର ଏକ ଟୁପିସରେ ନଜର ଆସିଥିଲେ ।ସେ ଏହାକୁ ମଞାଚିଙ୍ଗକରି ଗେଲଡେନ ଜୁଏଲାରୀ ମଧ୍ୟ ପିନ୍ଧିଥିଲେ । କାର୍ଯ୍ୟକ୍ରମରେ ଯିବା ପୂର୍ବରୁ ସେ କିଛି ସମୟ ପାଇଁ ଫଟୋଗ୍ରାଫରମାନଙ୍କୁ ପୋଜ ଦେଇଥିଲେ ।ତେବେ ଶିଳ୍ପାଙ୍କ ପ୍ରଶଂସକଙ୍କୁ ଏହି ପୋଷାକ ପସନ୍ଦ ଆସି ନଥିଲା ।ଟ୍ରୋଲର୍ସମାନେ ମଧ୍ୟ ପୋଷାକକୁ ନେଇ ଶିଳ୍ପାକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।ଟ୍ରୋଲର୍ସମାନେ ତାଙ୍କୁ ‘ଜେବ୍ରା କ୍ରସିଂ’, ସହରୀ ଜେବ୍ରା କହିଛନ୍ତି ।ଶିଳ୍ପାଙ୍କ କାମ କଥା କହିବାକୁ ଗଲେ ସେ ବହୁତ ଜଳଦି ‘କେଡି: ଦ ଡେଭିଲରେ’ ଦେଖାଯିବେ ।ଏଥିରେ ସେ ସତ୍ୟବତୀ ଭୂମିକାରେ ଅଭିନୟ କରୁଛନ୍ତି ।