ଭୁବନେଶ୍ୱର : ଟୁଇନସିଟି ପରେ ଝାଡ଼ଖଣ୍ଡ ଯିବ ସ୍ପେସିଆଲ ସ୍କ୍ୱାର୍ଡ । ଭୁବନେଶ୍ୱର, କଟକରୁ ସିମ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡ ରେ ଥିବା ରାଜୁ ମଣ୍ଡଳକୁ ନେଇ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ ଟି ଟିମ୍ ରାଞ୍ଚି ଯାଉଛି । ତୃତୀୟ ସିମ ବକ୍ସ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ । ସେପଟେ ଆସାଦୂର୍ ଯମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଲା କମିସନରେଟ ପୋଲିସ । ଆତଙ୍କି ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ବର ପହଞ୍ଚିବା ସୂଚନା ମିଳିଛି । ଭୁବନେଶ୍ୱର ଓ କଟକ ରୁ ମୋଟ ୧୨ ଟି ସିମ ବକ୍ସ ଜବତ କରିସାରିଲାଣି ପୋଲିସ ।