ଲତାଙ୍କ ଗୀତରେ ଗୀତ ଗାଇ ଦର୍ଶକଙ୍କ ମନକିଣିଲେ ମମତା ପାଢୀ

0

(ସୌମ୍ୟ ରଜଂନ ସେଠୀ) : ‘ଆରାଧନା ମ୍ୟୁଜିକ’ ପକ୍ଷରୁ ସଙ୍ଗୀତଭିତ୍ତିକ ସନ୍ଧ୍ୟା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଝୁମି ଉଠୁଥିଲେ ଦର୍ଶକ । ଏହି କାର୍ୟ୍ୟକ୍ରମର ସ୍ବତନ୍ତ୍ରତା ଥିଲା ଯେ ଏଥିରେ କେବଳ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଗୀତ ପରିବେଷଣ କରାଯାଇଥିଲା। ଲତାଙ୍କ ଅନେକ ଲୋକପ୍ରିୟ ଗୀତକୁ ଶ୍ରୋତାଙ୍କ ସାମ୍ନାରେ ପରିବେଷଣ କରିଥିଲେ ମମତା ପାଢ଼ୀ ଓ ସାଥୀ କଳାକାରମାନେ। ମମତା ପାଢୀ ଜଣେ ନାମିଦାମୀ ତଥା ସୁନାମ ଧନ୍ୟା ସଙ୍ଗିତଶିଳ୍ପୀ, ତାଙ୍କ ସୁରିଲା ସୁରରେ ଦର୍ଶକମାନଙ୍କ ମନକୁ କାବୁ କରି ନେଇଥିଲେ । ଆଉ ଦର୍ଶକ ।ନେ ମତୁଆଲା ହୋଇପଡିଥିଲେ ତାଙ୍କ ସ୍ୱରରେ, ବେଶ କିଛି ସମୟ ଦର୍ଶକ ଲତାଙ୍କୁ ଷ୍ଟେଜରେ ପାଇଲା ଭଳି ଅନୁଭବ କରିଥିଲେ । କିଛି ଲୋକ ତ ମମତା ପାଢୀଙ୍କୁ ଲତା ମଙ୍ଗେସକର ହିଁ ଭାବିଥିଲେ । ଆଉ ମମତା ପାଢୀ ଗୋଟେ ପରେ ଗୋଟେ ଗୀତ ଗାଇ ଦର୍ଶକମାନଙ୍କୁ ନିସ୍ଥବ୍ଧ କରିଦେଉଥି‌ଲେ । ହୋ ଗୟା ହେ ତୁଝକୋ ତୋ ପ୍ୟାର ସଜନାଟ୍ଟ ଲତା ମଙ୍ଗେସକରଙ୍କ ଏହି ଲୋକପ୍ରିୟ ମନଛୁଆଁ ଗୀତରେ ମମତା ପାଢୀ ନିଜେ ଝୁମିବା ସହ ପାଖରେ ବସିଥିବା ପ୍ରେମୀ ଦର୍ଶକମାନଙ୍କୁ ମଧ୍ୟ ଝୁମେଇ ଥିଲେ ଆଉ ଆଦରେଇ ନେଇଥିଲେ ଅନେକ ପ୍ରସଶାଂ ।

ଏହି ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା ଓ କଥାକାର ଗୌରହରି ଦାସ। କାର୍ୟ୍ୟକ୍ରମରେ ସୌରଭ ନାୟକଙ୍କୁ ଶ୍ରେଷ୍ଠ ଗାୟକ ଓ ଅଭୟ ମାଲିଆଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା। ମୋହନ ମାଜେଠିଆ ଏବଂ ଗୁଲଶନ ନଦିମ୍‌ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ରୁଦ୍ର ପ୍ରସାଦ ମହାପାତ୍ର ସଭା ସଂଯୋଜନା କରିଥି‌ଲେ।