ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଘଟଣାରେ ଉତ୍ସବ ଆପ୍ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ

0

ପୁରୀ: ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଘଟଣାରେ ଉତ୍ସବ ଆପ୍ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ମାମଲା ରଜୁ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ହୋଇଛି ମାମଲା । ଜୁଲାଇ ୩ତାରିଖରେ ସିଂହଦ୍ଵାର ଥାନାରେ ହାଜର ହେବାକୁ ଉତ୍ସବ ଆପ୍ ର ସିଇଓଙ୍କ ସମେତ ତିନିଜଣକୁ ଦିଆଯାଇଛି ନୋଟିସ। ତିନିଜଣ ହେଉଛନ୍ତି ଆପ୍ ର ସିଇଓ ସୌରଜିତ ବସୁ,ଚିଫ୍ ଟେକ୍ନୋଲୋଜି ଅଫିସର ପ୍ରଜାତ ସାମନ୍ତ ଓ ଚିଫ୍ ମାର୍କେଟିଂ ଅଫିସର ଅଙ୍କିତା ଦେ ବୋଲି ଜଣାପଡିଛି। ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସେପଟେ ଏହି ଅଭିଯୁକ୍ତ ମାନେ ଉତ୍ସବ ଆପ୍ କରି ଶ୍ରୀମନ୍ଦିରରେ ,ରଥରେ ପୂଜା କରାଇବା ପାଇଁ ଭକ୍ତ ମାନଙ୍କୁ ପ୍ରଲୋଭିତ କରି ଅର୍ଥ ଉପାର୍ଜନ କରିବାକୁ ଯୋଜନା କରିଥିଲେ। ଜଣାପଡିବା ପରେ ଜଣେ ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଆପ୍ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ।

ଏତଲା ପାଇବା ପରେ ପ୍ରକୃତରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି କିଛି ଆପ୍ ଅଛି କି ନାହିଁ ଜାଣିବା ପାଇଁ ରିପୋର୍ଟ ମାଗିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମାନେ ନିର୍ଦ୍ଧାରିତ ତାରିଖରେ ସିଂହଦ୍ଵାର ଥାନାରେ ହାଜର ହୋଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।,,