ପୁରୀ: ଅନଲାଇନ ଯୋଗେ ଶ୍ରୀମନ୍ଦିରରେ ପୂଜା କରିବା ନାଁରେ ଠକେଇ ପ୍ରସଙ୍ଗ । ସୋସିଆଲ ମିଡିଆରେ ‘ଉତ୍ସବ’ ଆପକୁ ନେଇ ଆସିଥିବା ଖବର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖିଲା ସିଂହଦ୍ୱାର ଥାନା ପୋଲିସ । ଚିଠିରେ ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି । ଶ୍ରୀ ମନ୍ଦିର ପ୍ରଶାସନ ରିପୋର୍ଟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ, ‘ଉତ୍ସବ’ ଆପରେ ଶ୍ରୀମନ୍ଦିରରେ ଦର୍ଶନ, ପୂଜା ଏବଂ ଭୋଗ ପାଇଁ ଦିଆଯାଇଛି ବିଜ୍ଞାପନ । ଭକ୍ତ ମାନେ ଯେଉଁ ସ୍ଥାନରେ ଥାଇ ବି ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି ଏହି ଆପରେ କୁହାଯାଇଥିଲା । ତେବେ ଏହି ‘ଉତ୍ସବ’ ଆପ ନାରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏପରି ଠକେଇ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା । ତା ସହିତ ଏହି ଆପରେ ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ୧ଶହ ଟଙ୍କା । ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଇଁ ୨ହଜାର ୪୦୧ଟଙ୍କା । ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ପ୍ରତ୍ୟେକ ବୁକିଂରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖୁଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ୟ ଏହି ଆପରେ ସୂଚନା ଦିଆଯାଇଛି । ତା ସହିତ ମହାପ୍ରଭୁଙ୍କ ପାଇଁ ଆଟିକା ବାନ୍ଧିବାକୁ ୧୧,୫୦୧ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି । ହେଲେ ଶ୍ରୀ ମନ୍ଦିରରେ ଏମିତି କୌଣସି ବ୍ୟବସ୍ତା କରାଯାଇ ନାହିଁ । ଏହି ଆପରେ ଏବେ ସୁଦ୍ଧା ୩ହଜାର ୭ଶହ ଲୋକ ବଂକି କରିସାରିଥିବା ସୂଚନା ରହିଛି । ଏହାକୁ ନେଇ ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି ।