ଭଲ ଫର୍ମ ସତ୍ତ୍ବେ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ସିରାଜଙ୍କୁ ମିଳିଲାନି ସ୍ଥାନ

0

ଆସନ୍ତା ଫେବୃଆରୀ ୧୯ ତାରିଖରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱ ଟିମ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖରାପ ପ୍ରଦର୍ଶନ ସତ୍ବେ ରୋହିତଙ୍କ ଉପରେ ପୁଣି ମ୍ୟାନେଜମେଣ୍ଟ ଭରଷା କରିଛି । ବିରାଟ କୋହଲି, ଲୋକେଶ ରାହୁଲଙ୍କୁ ମଧ୍ୟ ଟିମରେ ରଖାଯାଇଛି । ତେବେ କାହିଁକି ଭଲ ଫର୍ମ ସତ୍ତ୍ବେ ମହମ୍ମଦ ସିରାଜଙ୍କୁ ଟିମରେ ରଖାଯାଇନି ତାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ରୋହିତ ଶର୍ମା ଏହାର କାରଣ କହିଛନ୍ତି ।


ରୋହିତଙ୍କ କଥାନୁସାରେ ଦିନିକିଆ ରାଙ୍କିଂ ପେସ୍ ବୋଲର ଅର୍ଶଦୀପ ସିଂ, ମହମ୍ମଦ ସାମିଙ୍କ ବହୁତ ଉପରେ ଅଛନ୍ତି ମହମ୍ମଦ ସିରାଜ । ସିରାଜ ଆଇସିସି ଓଡ଼ିଆଇ ରାଙ୍କରେ ୮ ନମ୍ବର ସ୍ଥାନରେ ଥିବା ବେଳେ, ବୁମ୍ରା ୭ ନମ୍ବରରେ, ଅର୍ଶଦୀପଙ୍କ ୧୧୯ ନମ୍ବର , ସାମି ୬୧୦ ନମ୍ବର ରାଙ୍କରେ ଅଛନ୍ତି। ସିରାଜ ୮ ନମ୍ବରରେ ଥିବା ସତ୍ବେ କାହିଁକି ଟିମରେ ସ୍ଥାନ ମିଳିଲାନି ବୋଲି ଚର୍ଚ୍ଚା ହେଉଛି । ଚାମ୍ପିୟନ୍ସ ଟ୍ରଫି ସହ ଇଂଲଣ୍ଡ ସହ ହେବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ସିରାଜଙ୍କୁ ଟିମରେ ସ୍ଥାନ ମିଳିନି । ରୋହିତ କହିଛନ୍ତି ଟିମରେ ବୋଲିଂରେ ସନ୍ତୁଳନ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।

ପେସ ବୋଲର ଭାବେ ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଦଳରେ ରହିଥିବା ବେଳେ ଟିମକୁ ଫେରିଛନ୍ତି ମହମ୍ମଦ ସିରାଜ । ସିରାଜ ଟିମରେ ନରହିବା ଦୁର୍ଭାଗ୍ୟଜନକ କିନ୍ତୁ ଦଳରେ ସ୍ବତନ୍ତ୍ର କୁଶଳୀ ବୋଲରଙ୍କୁ ସାମିଲ କରାଯାଇଛି । ଆମେ ତିନି ଜଣ ଫାଷ୍ଟ ବୋଲର ଚାହୁଁଥିଲୁ । ସିରାଜ ନୂଆ ବଲରେ ଭଲ ବୋଲିଂ କରନ୍ତି କିନ୍ତୁ ସେମାନେ ସେଭଳି ବୋଲର ଚାହୁଁଛନ୍ତି ଯିଏ ନୂଆ ବଲ ସହ ମିଡଲ ଅର୍ଡର ଏବଂ ଶେଷ ପର୍ୟ୍ୟନ୍ତ ତାଙ୍କର ପ୍ରଭାବ ରହିଛି । ବୁମ୍ରା, ସାମି, ଅର୍ଶଦୀପ ଙ୍କ ବୋଲିଂ ଟିମରେ ସନ୍ତୁଳନ ରହିଛି । ଟିମରେ ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ ।


ଯଶସ୍ବୀ ଜୟସ୍ବାଲଙ୍କୁ ମଧ୍ୟ ଟିମରେ ନିଆଯାଇଛି । ଟିମ୍ରେ ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ଅର୍ଶଦୀପ ସିଂ ସାମିଲ ହୋଇଛନ୍ତି । ଫେବ୍ରୁୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ୨୦ରୁ ଭାରତ ଅଭିଯାନ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଥିବାବେଳେ ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ ।