(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶାହଜାହାନପୁର ନିବାସୀ ଆଇନ ଛାତ୍ରୀ ଯୌନ ଶୋଷଣ ମାମଲାରେ ଏସଆଇଟି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶୁକ୍ରବାର ଏସଆଇଟି ପୀଡିତାକୁ ନେଇ ସ୍ୱାମୀଙ୍କ ଆଶ୍ରମରେ ପହଁଚିଛି । ଏହା ପୂର୍ବରୁ ଏସଆଇଟିର ଏକ ଦଳ ପ୍ରାୟ ୭ ଘଣ୍ଟା ଧରି ସ୍ୱାମୀଙ୍କୁ ପଚରାଉଚରା କରିଛି । ଏହି ସମୟରେ ଛାତ୍ରୀ ସହ ଦୁଷ୍କର୍ମକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲା ।
ଏହା ପୂର୍ବରୁ ଏସଆଇଟି ସ୍ୱାମୀ ଚିନ୍ଦାନନ୍ଦଙ୍କ ଓଳିଲ, ତାଙ୍କ କଲେଜ ପ୍ରିନ୍ସିପାଲ ଓ ଅନ୍ୟ ଷ୍ଟାଫଙ୍କୁ ପଚରା ଉଚରା କରିଛି । ଚିନ୍ମୟାନନ୍ଦଙ୍କୁ ପୁଲିସ ଲାଇନସ୍ଥିତ ଏସଆଇଟି ଅଫିସରେ ପଚରାଉଚରା କରାଯାଇଛି । ଏହି ସମୟରେ ଏସଆଇଟି ପ୍ରଭାରୀ ଆଇଜି ନବୀନ ଅରୋରା ଓ ତାଙ୍କ ଟିମ ଉପସ୍ଥିତ ଥିଲେ । ଚିନ୍ମୟାନନ୍ଦଙ୍କୁ ଛାତ୍ରୀ ଓ ତାଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଶ୍ନ କରାଯାଇଥିଲା । ଏହା ମଧ୍ୟ ପଚରାଯାଇଥିଲା କି ତାଙ୍କ ସହ ଜଡିତ ଭିଡିଓର କି ସତ୍ୟତା ରହିଛି?