ସୀତାରାମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଗୋପ/ଜୟନ୍ତ କୁମାର ସେଠୀ: ପୁରୀରେ ପୁଣି ଭିଜିଲାନ୍ସ ଚଢ଼ାଉ । ଶିଳ୍ପ ପ୍ରମୋସନ ଅଫିସର (ଆଇପିଓ) ସୀତାରାମ ସାହୁ ଙ୍କ ଘର ଉପରେ ଭିଜିଲାନ୍ସ ଚଢଉ ହୋଇଛି। ପୁରୀ, ଭୁବନେଶ୍ୱର ଏବଂ ନୟାଗଡ଼ର ୫ ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଛି। ୪ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୮ ଟି ଟିମ୍ ଏହି ଚଢ଼ାଉ ରେ ସାମିଲ ଅଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଏହି କାର୍ୟ୍ୟନୁଷ୍ଠାନ ନିଆଯାଇଛି। ତେବେ କେତେ ପରିମାଣ ର ସମ୍ପତି ସନ୍ଧାନ ମିଳିଛି ତାହା ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କିଛି ସମୟ ପରେ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।