ମିଳିଲା ‘ଟାଇଟନ’ର ଭଗ୍ନାବଶେଷ । ଦୁର୍ଘଟଣାର ୬ଦିନ ପରେ ମିଳିଛି ‘ଟାଇଟନ’ ବୁଡାଜାହାଜର ଭଗ୍ନାବଶେଷ । ଆଉ ସେଥିରୁ ମଧ୍ୟ ମିଳିଛି ମଣିଷର ଦେହାବଶେଷ । ଏଗୁଡା ବୁଡାଜାହାଜରେ ପ୍ରଣ ହରାଇଥିବା ଯାତ୍ରୀ ମାନଙ୍କର ବୋଲି ଅନୁମାନ କରାଯାଉଛି । ଆଟଲାଣ୍ଟିକ ମହାସାଗରରେ ବୁଡି ରହିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲା ‘ଟାଇଟନ’ । ପରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା । ଯାହା ଫଳରେ ସେଥିରେ ଥିବା ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାରକାରୀ ଦଳ ଟାଇଟନର ୨ଟି ଧ୍ୱଂସାବଶେଷ ଉଦ୍ଧାର କରିଛି। ଏହାର ଫର୍ମାଲ ଅନାଲିସସ କରିବେ ଆମେରିକା ମେଡିକାଲ ଟିମ୍। SUV କାର ସାଇଜର ଟାଇଟନ ଜାହାଜରେ ହୋଇଥିଲା ବିସ୍ଫୋରଣ। ଆଉ ୫ ଜଣ ଯାତ୍ରୀଙ୍କ କିଛି ମୂହୁର୍ତ୍ତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଉଦ୍ଧାର ହୋଇଥିବା ଟାଇଟନର ଅଂଶକୁ ଅଧିକ ପରୀକ୍ଷା ପାଇଁ ଆମେରିକା ବନ୍ଦରକୁ ନିଆଯାଇଛି। ଟାଇଟନରେ ନ ଥିଲା ‘ବ୍ଲାକ୍ବକ୍ସ’, ଫଳରେ ଏହାର ଶେଷ ଅବସ୍ଥିତି ସଂପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ। ଟାଇଟନ ବୁଡ଼ାଜାହାଜର ପ୍ରତି ଅଂଶକୁ ସମୁଦ୍ରରୁ ଉଦ୍ଧାର କରାଯାଇ ଏହାର ଯାଞ୍ଚ କରାଯିବ। ଭଗ୍ନାବଶେଷର ସବୁଠାରୁ କ୍ଷୁଦ୍ର କଣିକାକୁ ମାଇକ୍ରୋସ୍କୋପ୍ରେ ଦେଖାଯିବ। ଏହା ମାଧ୍ୟମରେ ଟାଇଟନ ବିସ୍ଫୋରଣ ସଂପର୍କରେ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି ।