ପଟ୍ଟାମୁଣ୍ଡାଇ ଗୁଣ୍ଠିଗାଁରେ ଭୟାବହ ଅଗ୍ନିକାଣ୍ଡ

0

(ମମତା ସାମଲ)ରିପୋର୍ଟସଟୁଡେ: ନିଆଁରେ ଜଳିଗଲା ୬ବଖରା ଘର । ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ବ୍ଲକ ଗୁଣ୍ଠିଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । କାଶୀନାଥ ସିଂହଙ୍କ ଘରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ ବେଳେ ୧୨ରୁ ଅଧିକ ସଦସ୍ୟ ଘର ଭିତରେ ଥିବା ବେଳେ ସେମାନେ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଅନ୍ୟପଟେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା କାଶୀନାଥଙ୍କ ପରିବାର ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ଓ ରାଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।