ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁର ରେଳ ମଣ୍ଡଳର ବାରବାମ୍ବୋ ରେଳ ଷ୍ଟେସନ ନିକଟରେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳୁଛି । ଏଥିରେ କାହାର ମୃତ୍ୟୁ ହୋଇ ନଥିବା ଚକ୍ରଧରପୁର ଡିଭିଜନ୍ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ରେଳ କର୍ମଚାରୀଙ୍କ ସହ ଏଆରଏମ୍, ଏଡିଆରଏମ୍ ଏବଂ ସି.କେ.ପି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଜଣେ ଅଧିକାରୀ କହିଛନ୍ତି, ଚକ୍ରଧରପୁର ଡିଭିଜନର ରାଜଖରସୁଆଁ ଓ ବାରବାମ୍ବୋ ମଝିରେ ଏହି ଦୁର୍ଘଟଣା ଘଟିଛି। ଭୋର୍ ୩ଟା ୩୪ ସମୟରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ଅନ୍ୟପଟେ ଏହି ଟ୍ରେନ୍ ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯାତାୟତ କରୁଥିବା ହେତୁ ଏଥିରେ ବହୁ ଓଡ଼ିଆ ଲୋକ ଯାତ୍ରା କରୁଥିବା ଅନୁମାନ କରାଯାଉଛି।
ସେପଟେ ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୩ ଟ୍ରେନ୍ ବାତିଲ୍ ହୋଇଛି । ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ଟ୍ରେନ୍ ବାତିଲ କରାଯାଇଛି । ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ୍ ଓ ୮ଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି ।
ଦୁର୍ଘଟଣା ପରେ ହେଲ୍ପଲାଇନ୍ ଜାରି ହୋଇଛି.
ରାଉରକେଲା -୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧
ଝାରସୁଗୁଡ଼ା -୦୬୬୪୫-୨୭୨୫୩୦
ଚକ୍ରଧରପୁର- ୭୨୭୭୦, ୦୬୫୮୭-୨୩୮୦୭୨
ଟାଟାନଗର- ୦୬୫୭-୨୨୯୦୩୨୪, ଜଖଣ-୭୩୫୨୩
ହାୱଡ଼ା- ୯୪୩୩୩୫୭୯୨୦, ୦୩୩୨୬୩୮୨୨୧୭
ରାଞ୍ଚି- ୦୬୫୧-୨୭-୮୭୧୧୫
ଏଚଡବ୍ଲୁଏଚ୍ ହେଲ୍ପ ଡେସ୍କ- ୦୩୩-୨୬୩୮୨୨୧୭, ୯୪୩୩୩୫୭୯୨୦
ଏସଏଚଏମ୍ ହେଲ୍ପ ଡେସ୍କ- ୬୨୯୫୫୩୧୪୭୧, ୭୫୯୫୦୭୪୪୨୭
କେଜିପି ହେଲ୍ପଲାଇନ- ୦୩୨୨୨-୨୯୩୭୬୪
ସିଏସଏମଟି ହେଲ୍ପଲାଇନ୍ ଅଟୋ ନମ୍ବର – ୫୫୯୯୩
ମୁମ୍ବାଇ- ୦୨୨-୨୨ ୬୯୪୦୪୦
ନାଗପୁର- ୭୭୫୭୯୧୨