(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ରଦୂଷିତ ପରିବେଶରେ ଦୀର୍ଘ ସମୟ ଧରି ବୁଲିଲେ ତ୍ୱଚାର ଛିତ୍ର ବନ୍ଦ ହୋଇଯାଏ । ଫଳରେ ତ୍ୱଚା ଆର୍ଦ୍ର ରହେନାହିଁ । ତ୍ୱଚାକୁ ସଫା ପକାଉଥିବା କୋଲାକେନ୍ ଓ ଲିପିଡ଼୍ ସ୍ତର ମଧ୍ୟ ଧୀରେ କମିଆସେ । ତ୍ୱଚା ମଳିନ ପଡ଼ିଆସିଥିବା ସହିତ ରୁକ୍ଷତା ଓ କଣ୍ଡୁ ସମସ୍ୟା ବଢେ । ଅସମୟରେ ବୟସ ରେଖା ପଡ଼ିବା ମଧ୍ୟ ପ୍ରଦୂଷଣର ଏକ କାରଣ ।
ପ୍ରଚୁର ପାଣି ପିଇବା ସହିତ ନିୟମିତ ଭାବେ ତ୍ୱଚାର ଯତ୍ନ ନିଅନ୍ତୁ । ତ୍ୱଚାକୁ ଆର୍ଦ୍ର ରଖିବା ଲାଗି ସେରମ୍ କିମ୍ବା ଏଣ୍ଟିଅକ୍ସିଡ଼ାଣ୍ଟଯୁକ୍ତ୍ ମଶ୍ଚରାଇଜର ଲାଗାନ୍ତୁ । ଏହା ଦ୍ୱାରା ବାୟୁମଣ୍ଡଳର ଧୂଳି ମଳି ତ୍ୱଚା ଭିତରକୁ ପଶିପାରେ ନାହିଁ ଏବଂ ତ୍ୱଚା ଖରାପ ହେବାରୁ ସୁରକ୍ଷିତ ରହେ ।
ଅତିବାଇଗଣୀ ସୌର ରଶ୍ମୀ ଓ ଧୂଳିକଣାରୁ ରକ୍ଷା ପାଇଁ ସବୁବେଳେ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ ।
ଖଟା ଫଳ ଓ ଏଣ୍ଟିଅକ୍ସିଡ଼ାଣ୍ଟଯୁକ୍ତ ଖାଦ୍ୟ ପ୍ରଦୂଷିତ ପରିବେଶକୁ ତ୍ୱଚାକୁ ରକ୍ଷା କରେ । ଏଥିପାଇଁ ଡ଼ାଳିମ୍ବ , ଗାଜ୍ର ଖାଆନ୍ତୁ । ସବୁଜ ଚାହା ପିଅନ୍ତୁ ।
ଘରୋଇ ପଦ୍ଧତି ଅବଲମ୍ବନ କରିପାରନ୍ତି । ଏକ କପ୍ ଦହିରେ ଏକ ଚାମଚ ଲେଖାଏ ଲେମ୍ବୁ ରସ ଓ ମହୁ ଫେଣ୍ଟି ନିୟମିତ ଲଗାନ୍ତୁ ।
ଭିଟାମିନ୍ ଇ ଏବଂ ଏଣ୍ଟିଅକ୍ସିଡ଼ାଣ୍ଟରେ ଭର୍ତ୍ତିି ଅଲିଭ ତେଲକୁ ରାତିରେ ଆଙ୍ଗୁଳିରେ ଗୋଲ ଗୋଲ ବୁଲାଇ ତ୍ୱଚାରେ ମାଳିସ କରନ୍ତୁ । ଏହା ନୂଆ କୋଷ ସୃଷ୍ଟି କରାଏ ଏବଂ ମିଳନ ପଡ଼ିଯାଇଥିବା ତ୍ୱଚାର ଚମକ ଧୀରେ ଧୀରେ ଫେରେ ।