ଚାପୁଡ଼ା ମରା ପ୍ରତିଯୋଗିତା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆପଣମାନେ ଆଜି ପର୍ୟ୍ୟନ୍ତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବିଷୟରେ ଜାଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରତିଯୋଗିତା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଆଜ୍ଞା ହଁ । ଆମେ କୁହୁଛୁ ଚାପୁଡ଼ା ମରା ପ୍ରତିଯୋଗିତା ସମ୍ପର୍କରେ । ବାର୍ଷିକ ସାଇବେରିଆନ୍ ପାୱାର ସୋ ଉତ୍ସବ ଅବସରରେ ପ୍ରଥମ ଥର ପାଇଁ ଚାପୁଡ଼ା ମରାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କ୍ରାସକନୋୟାସକ ସହରରେ ଏହି ପ୍ରତିଯୋଗିତା ଅନୁ୍ଷ୍ଠିତ ହୋଇଥିଲା । ଏଥିପାଇଁ କିଛି ନିୟମ ମଧ୍ୟ ବନାଯାଇଥିଲା । ଯଥା ଚାପୁଡ଼ା ମାରିବା ପାଇଁ କେବଳ ପାକୁଲିର ଉପର ଅଂଶ ବ୍ୟବହାର କରାଯିବ । ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ଯେଥେଷ୍ଟ ବ୍ୟବଧାନ ରହିବ । ଛାତିଏ ଉଚ୍ଚର ତଥା ଦୁଇ ଫୁଟ ଚଉଡ଼ାର ପ୍ରତିବନ୍ଧ ରହିବ । ଯେମିତି ସେମାନେ ଅଧିକ ଉଗ୍ର ଚାପୁଡ଼ା ମାରିପାରିବେ ନାହିଁ ବା ସମସ୍ତ ଶକ୍ତି ପ୍ରୟୋଗ କରିପାରିହେବ ନାହିଁ । ଗାଲ ଛଡ଼ା ଅନ୍ୟ କୌଣସି ସ୍ଥାନରେ ଚାପୁଡ଼ା ମରାଯାଇପାରିବ ନାହିଁ । ଜଣେ ପ୍ରତିଯୋଗୀ ନ ଓହରିବା ଯାଏ ଚାପୁଡା ମରା ଚାଲିବ । ତେବେ ଦରକାର ପଡ଼ିଲେ ଆୟୋଜକମାନେ ଯେକୌଣସି ସମୟରେ ପ୍ରତିଯୋଗିତା ବନ୍ଦ କରିଦେଇପାରିବ । ପ୍ରତିଯୋଗୀଙ୍କ ଓଜନ ଏବଂ ଆକରକୁ ନେଇ କୌଣସି ନିୟମ ରଖାଯାଇ ନ ଥିବାରୁ ବିଜୟୀ ହୋଇଥିଲେ । ଶହେ ଅଠଷଠି କିଲୋଗ୍ରାମ ଓଜନର ଶକ୍ତିଶାଳୀ ପୁରୁଷ ଭାସିଲି କାମୋତ୍ସ୍କି । ତାଙ୍କ ବୟସ ଅଠେଇଶି ବର୍ଷ ଏବଂ ସେ ଜଣେ କୃଷକ । ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଚାପୁଡ଼ା ତାଙ୍କୁ ଆଦୌ କାଟୁ କରି ନଥିଲା ଏବଂ ସମସ୍ତେ ତାଙ୍କ ଚାପୁଡ଼ା ଖାଇ ପ୍ରବଳ କଷ୍ଟ ପାଇଥିଲେ । ପୁରସ୍କାର ବାବଦକୁ ତାଙ୍କୁ ମିଳିଥିଲା ଭାରତୀୟ ମୁନ୍ଦ୍ରାରେ ପ୍ରାୟ ତେତିଶ ହଜାର ଟଙ୍କା ।