ଆପଣ କମ ସମୟ ଶୋଉଛନ୍ତି କି ? ସାବଧାନ

0

(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର : ଦିନ ସାରାର ଥକ୍କାକୁ ମେଣ୍ଟାଇବା ପାଇଁ ଏକ ଭଲ ଏବଂ ଶାନ୍ତିଭରା ନିଦ ସମସ୍ତଙ୍କ ନିହାତି ଆବଶ୍ୟକ। ସମସ୍ତେ ଚାହାଁନ୍ତି ଦିନ ରାତିରେ ଗଭୀର ନିଦରେ ଶୋଇବେ। ଭଲ ନିଦ ଆପଣଙ୍କୁ କେବଳ ତାଜା ରଖି ନଥାଏ ବରଂ ଅନେକ ରୋଗରୁ ରକ୍ଷା କରିଥାଏ। ଆପଣ ଜାଣନ୍ତିକି ଯେଉଁମାନେ କମ୍ ଶୋଇଥାନ୍ତି ସେମାନଙ୍କୁ ମାରାତ୍ମକ ହୋଇପାରେ ।
ତେବେ ଆସନ୍ତୁ ଜାଣିବା କମ୍ ଶୋଇବାର କୁପରିଣାମ –

୧. ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ କିମ୍ବା କମ୍ ଶୋଉଛନ୍ତି ତେବେ ଏଥିରୋସକେଲେରୋସିସ ନାମକ ରୋଗର ଭୟ ବଢ଼ି ଯାଇଥାଏ
୨. ହୃଦୟ ସମ୍ବଦ୍ଧୀୟ ରୋଗ ଏକ ବୈଶିକ ସମସ୍ୟା ଅଟେ। ଶାରୀରିକ ଗତିବିଦ୍ଧି ଏବଂ ଖାଦ୍ୟପେୟ ସହିତ ବିଭିନ୍ନ ଉପାୟ ଦ୍ବାରା ଏହାକୁ କମ୍ କରାଯାଇପାରିବ।

୩. ହ୍ରୁଦୟ ରୋଗରୁ ରକ୍ଷା ପାଇବା ପାଇଁ ପର‌୍ୟ୍ୟାପ୍ତ ନିଦ ନେବା ଆବଶ୍ୟକ। ଏହା ଏକ ଏମିତି ଜିନିଷ ଅଟେ ଯାହାକୁ ଆମେ ସବୁବେଳେ ଅବହେଳା କରିଥାଉ।

ଏହା ଆମେ କହୁନୁ ଏକ ରିସର୍ଚ୍ଚରୁ ସାମ୍ନାକୁ ଆସିଛି ଯେ କମ୍ ଶୋଉଥିବା ଲୋକ ହୃଦୟ ସମ୍ପଦ୍ଧୀୟ ରୋଗର ଅଧିକ ଶିକାର ହୋଇଥାନ୍ତି ।