ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଗୋରୁମୋହିଶାଣୀ-ବାଙ୍ଗିରିପୋଷି ନୂତନ ରେଳ ଲାଇନ ନିର୍ମାଣ ପାଇଁ ମୟୂରଭଞ୍ଜ ଜିଲ୍ଲାବାସୀ ଦୀର୍ଘଦିନ ହେବ ଦାବି କରିଆସୁଛନ୍ତି। ହେଲେ ସରକାର ଏ ନେଇ କୀଣସି ସବୁଜ ସଙ୍କେତ ଦେଉ ନାହାନ୍ତି। ଏପରି ସମୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଭେଟି ଗୋରୁମୋହିଶାଣୀ-ବାଙ୍ଗିରିପୋଷି ନୂତନ ରେଳପଥ ନିର୍ମାଣ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଯେଉଁ ଥିରେ ସେ ଉଲେଖ କରିଛନ୍ତି ଯେ, ଉକ୍ତ ରେଳପଥ ନିର୍ମାଣ ହେଲେ ବର୍ଷକୁ ୧୦ଲକ୍ଷ ଟନ ରୁ ଅଧିକ ଲୁହାପଥର ପରିବହନ ପାଇଁ ବାଟ ଫିଟିବ। ଏକ ମେମୁ ଟ୍ରେନ ମଧ୍ୟ ଚଳାଚଳ କରିବ ବୋଲି ଶ୍ରୀମତୀ ମହାନ୍ତ ଦାବିପତ୍ର ରେ ଉଲେଖ କରିଛନ୍ତି।କେବଳ ସେତିକି ନୁହେଁ, ଭୁବନେଶ୍ୱର ଠାରୁ ନୂଆଦିଲ୍ଲୀ ଯାତାୟାତ କରୁଥିବା ଟ୍ରେନ ଗୁଡିକ ପାଇଁ ଲାଗୁଥିବା ସମୟ ମଧ୍ୟ କମିଯିବ।ରେଳପଥ ନିର୍ମାଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ମୂଲ୍ୟରେ ଜମି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ବୋଲି ସାଂସଦ ମମତା ମହାନ୍ତ ଉଲ୍ଲେଖ କରିଥିବା ଜଣାପଡ଼ିଛି।
ସୂଚନାଥାଉ କି, ମୟୂଭଞ୍ଜ ଜିଲ୍ଲା ଅଧିନରେ ଦୁଇଟି ରେଳ ଜୋନ ରହିଛି। ରୁପ୍ସା-ବାଙ୍ଗିରିପୋଷି ପୂର୍ବତଟ ରେଳ ଜୋନ ଅଧିନରେ ଥିବା ବେଳେ ଟାଟାନଗର-ବାଦାମପାହାଡ଼ ଦକ୍ଷିଣ ପୂର୍ବ ରେଳ ଜୋନ ଅଧିନରେ ରହିଛି।ରୁପ୍ସା-ବାଙ୍ଗିରିପୋଷି ରେଳପଥ ୧୯୦୫ମସିହାରେ ନିର୍ମାଣ ହୋଇଥିଲା।ସେହିପରି ଟାଟାନଗର-ଗୋରୁମୋହିଶାଣୀ ରେଳପଥ୧୯୧୦ମସିହାରେ ନିର୍ମାଣ ହୋଇଥିଲା।ଯାହାକୁ୧୯୨୦ମସିହାରେ ବାଦାମପାହାଡ଼ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଗଲା।ରୁପ୍ସା-ବାଙ୍ଗିରିପୋଷି ରେଳପଥ୨୦୦୫ମସିହାରେ ବ୍ରଡ୍ ଗେଜ ରେଳପଥରେ ପରିଣତ ହେବା ସହ୨୦୧୮-୧୯ମସିହାରେ ବିଦ୍ଦୁତକରଣ ପାଇଁ ମଞ୍ଜୁରୀ ମିଳିଛି।ମାତ୍ର ପରିତାପର ବିଷୟ ଅତ୍ୟାଵଶ୍ୟକ ବାଙ୍ଗିରିପୋଷି-ଗୋରୁମୋହିଶାଣୀ ରେଳ ଲାଇନ ବର୍ତ୍ତମାନ ପର୍ୟ୍ୟନ୍ତ ନିର୍ମାଣ ହୋଇ ପାରିଲା ନାହିଁ।