ହେଲମେଟ ହେବ ବାଇକର ଚାବି

0

( ରାୟଗଡା / ମନୋଜ କୁମାର ସାହୁ): ବିନା ହେଲମେଟରେ ଚାଲିବନି ଗାଡି । କେବଳ ସେତିକି ନୁହେଁ ମଦ୍ୟପାନକରି ମଧ୍ୟ ମଟର ସାଇକେଲ ଚଳାଇପାରିବେନି ଯାତ୍ରୀ । ଏଭଳି ଏକ ସ୍ମାଟ ହେଲମେଟର ଉଦଭାବନ କରିଛନ୍ତି ରାୟଗଡ଼ା ସହର ଉପକଣ୍ଠରେ ଥିବା ଜିଷ୍ଟ ଇଞ୍ଜିନୟରିସ କଲେଜର ଇଲେକଟ୍ରିକାଲ ଇଞ୍ଜିନିୟରିସ ଛାତ୍ରମାନେ ।

ବିନାହେଲମେଟରେ ଷ୍ଟାଟ ହେବନି ବାଇକ । ଏପରିକି ବାଇକ ଚାଲୁଥିବା ସମୟରେ ଯଦି ଚାଳକ ହେଲମେଟ ମୁଣ୍ଡରୁ କାଢ଼ି ଦିଅନ୍ତି ତାହେଲେ ତିନି ସେକେଣ୍ଡ ମଧ୍ୟରେ ଆପେ ଆପେ ଷ୍ଟାଟ ବନ୍ଦ ହୋଇଯିବ । କେବଳ ଏତିକି ନୁହେଁ ନିଶାଶକ୍ତ ଅବସ୍ଥାରେ ହେଲମେଟ ପିନ୍ଧିଲେ ମଧ୍ୟ ବାଇକ ଷ୍ଟାଟ ହେବନି । ଦୁର୍ଘଟଣା ରୋକିବା ପାଇଁ ନିଜସ୍ୱ ଜ୍ଞାନ କୈାଶଳରେ ଏପରି ହେଲମେଟ ତିଆରି କରିଛନ୍ତି ରାୟଗଡ଼ା ଘରୋଇ ଇଞ୍ଜିନିୟର କଲେଜ ଜିଷ୍ଟର ଛାତ୍ର । ଯାହାର ନାମକରଣ କରିଛନ୍ତି ସ୍ମାଟ ହେଲମେଟ ।

Smart helmet will be key of bike