(ଭୁବନେଶ୍ୱର) ; ସ୍ମାର୍ଟ ସିଟିରେ ଚୋରି ହେବା ଘଟଣା କିଛି ନୁଆ ନୁହେଁ । ପୁଣି ଆସିଛି ସମ୍ନାକୁ , ଏମିତି ଏକ ଘଟଣା । କିନ୍ତୁ ଏହି ଚୋରୀ ଘଟଣାର ଚୋର କୌଣସି ପରୁଷ ନୁହେଁ ବରଂ ଜଣେ ରୁୁପସି । ଦୋକାନି ଆଖିରେ ଧୁଳି ଦେଇ ଏପରି ସ୍ମାର୍ଟ ଉପାୟରେ ଚୋରୀ କରିଥିଲେ ଏହି ସୁନ୍ଦରୀ ଜଣକ । ତେବେ ଘଟନା ଟି ହେଉଛି ଏପରି ସୋମାବାର ଦିନ ରାଜଧାନୀର ଜଣେ ଯୁବତୀ ବାପୁଜି ନଗରରେ ଥିବା ଏକ ମୋବାଇଲ ଦୋକାନରୁ ଆଇଫୋନ୍ କିଣିବାକୁ ଯାଇଥିଲେ। ଗୋଡାଏ ଫୋନ୍ ଦେଖିବା ପରେ ଗୋଟିଏ ମୋବାଇଲ କିଣିଲେ। କିନ୍ତୁ ଟଙ୍କା ଦେଲା ବେଳକୁ ଏଟିଏମ୍ କାର୍ଡ କାମ କଲାନାହିଁ। ଏହା ପରେ ଯୁବତୀ ଜଣକ ଦୋକାନୀକୁ ଏକ ପ୍ରସ୍ତାବ ଦେଲେ । କହିଲେ, ପାଖରେ ମୋ ଘର। ଟିକେ ଘରକୁ କାହାକୁ ପଠାନ୍ତୁ, ଘରେ ବାପାଙ୍କ ଏଟିଏମ୍ କାର୍ଡ଼ରୁ ଟଙ୍କା କାଟିନେବେ।ସେହି ରୁପସୀ ଙ୍କ କଥାରେ ବିଶ୍ୱାସ କରି କିଛୀ ଆଗ ପଛ ନ ଭାବି ଯୁବତୀଙ୍କ ସାଙ୍ଗରେ ଜଣେ ପିଲାକୁ ଦୋକାନୀ ପଠାଇ ଦେଲେ। ହେଲେ ସ୍ମାଟ୍ ଯୁବତୀ ଜଣକ ଦୋକାନୀ ପାଲାକୁ ପେଟ୍ରୋଲ ପକାଇବା ବାହାରେ ପେଟ୍ରୋଲ୍ ପମ୍ପରେ ଛାଡ଼ି ଚମ୍ପଟ ମାରିଥିଲା।ମୋବାଇଲ୍ ନେଇଥିବା ଯୁବତୀ ନଫେରିବାରୁ ପିଲାଟି ଦୋକାନକୁ ଫେରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଧରି ଦୋକାନୀ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବତୀଙ୍କ ପାଖରେ ପହଞ୍ଚିଛି। ଏବେ ପୁଲିସ ଯୁବତୀଙ୍କୁ ଥାନାରେ ଅଟକ ରଖି ଜେରା କରୁଛି।