ଏଣିକି ରୋଗ ଚିହ୍ନଟ କରିବ ସ୍ମାର୍ଟ ଶୌଚାଳୟ
ରୋଗ ଚିହ୍ନଟ କରିବା ପାଇଁ ଦିନକୁ ଦିନ ଅନେକ ପ୍ରକାରରର ଟେକ୍ନୋଲୋଜି ଆସିଲାଣି । ଏହାରି ମଧରେ ଏକ ସ୍ମାର୍ଟ ଶୌଚାଳୟ ଆପଣଙ୍କ ମଳ ଯାଞ୍ଚ କରି ରୋଗ ଚିହ୍ନଟ କରିପାରିବ ।
(ଦିଲ୍ଲୀ) : ରୋଗ ଚିହ୍ନଟ କରିବା ପାଇଁ ଦିନକୁ ଦିନ ଅନେକ ପ୍ରକାରରର ଟେକ୍ନୋଲୋଜି ଆସିଲାଣି । ଏହାରି ମଧରେ ଏକ ସ୍ମାର୍ଟ ଶୌଚାଳୟ ଆପଣଙ୍କ ମଳ ଯାଞ୍ଚ କରି ରୋଗ ଚିହ୍ନଟ କରିପାରିବ । ମଳ ନମୁନା ଅନ୍ୟମାନଙ୍କ ନମୁନା ସହ ନ ମିଶିବା ପାଇଁ ଏହି ସ୍ମାର୍ଟ ଡିଭାଇସ୍ ଆପଣଙ୍କ ମଳଦ୍ୱାର ପ୍ରିଣ୍ଟ ନିଏ, ଯାହା ଚିକିତ୍ସା ଜଗତରେ ସମ୍ପୂର୍ଣ୍ଣ ନୂଆ ଟେକ୍ନୋଲୋଜି । କ୍ଲାଉଡ୍ ଏକ ପ୍ରକାର ଷ୍ଟୋରେଜ୍, ଯେଉଁଥିରେ ତଥ୍ୟକୁ ରିମୋଟ୍ ସର୍ଭର୍ରେ ଗଚ୍ଛିତ ରଖାଯାଏ । ପରେ ରୋଗୀଙ୍କ ସମସ୍ୟାକୁ ଲକ୍ଷ୍ୟ କରି ଏହି ତଥ୍ୟକୁ କ୍ଲାଉଡ୍ (ଇଣ୍ଟର୍ନେଟ୍) ମାଧ୍ୟମରେ ଯେକୌଣସି ସ୍ଥାନ ଓ ସମୟରେ ବାହାର କରାଯାଇପାରେ ।
ସୂଚନାନୁଯାୟୀ , ଡା. ଗମ୍ଭୀର କହିଛନ୍ତି ‘ରୋଗୀଙ୍କ ତଥ୍ୟ କ୍ଲାଉଡ୍କୁ ପଠାଯିବା ପରେ ସମସ୍ତ ତଥ୍ୟ ଚିହ୍ନଟ ହୋଇପାରିନଥିଲା । ହେଲ୍ଥ ଇନ୍ସ୍ୟୁରାନ୍ସ ଆଣ୍ଡ ଆକାଉଣ୍ଟେବିଲିଟି ଆକ୍ଟ ଅଧୀନରେ ଏହା ସୁରକ୍ଷିତ ବୋଲି ନିଶ୍ଚିତ ହେବା ପାଇଁ ଆମେ କଠିନ ପରିଶ୍ରମ କରିଛୁ ।’ ଏହି ସ୍ମାର୍ଟ ଶୌଚାଳୟରେ ଚିହ୍ନଟକାରୀ ପଦ୍ଧତି ରହିଛି, ଯାହା ବ୍ୟକ୍ତିଙ୍କ ମଳଦ୍ୱାର ସ୍କାନ୍ କରେ । ଅଜବ ହେଲେ ମଧ୍ୟ ଏହି ପଦ୍ଧତି ଅତ୍ୟନ୍ତ ଜରୁରୀ । ବ୍ୟକ୍ତିଙ୍କ ନିର୍ଦ୍ଦିଷ୍ଟ ତଥ୍ୟ ସହ ମେଳ ଖାଇବା ପାଇଁ ଏହି ସ୍କାନ୍କୁ ସ୍ପଷ୍ଟ ଭାବେ ଏକ ସ୍ୱୀକୃତି ପଦ୍ଧତି ରୂପେ ପ୍ରୟୋଗ କରାଯାଏ । ନିଜେ ରୋଗୀ, ଡାକ୍ତର କିମ୍ବା କୌଣସି ବ୍ୟକ୍ତି ମଳଦ୍ୱାର ସ୍କାନ୍ ଦେଖିପାରିବେ ନାହିଁ ବୋଲି ଗବେଷକମାନେ କହିଛନ୍ତି ।