ମାଲକାନଗିରି ଜିଲ୍ଲାସାରା ଧୂଆଁ

0

 (ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି ଜିଲ୍ଲା ସାରା ଆଜି ଧୂଆଁ ଦେଖାଯାଇଛି। ସକାଳରୁ ହିଁ କୁହୁଡି ଭଳି ଧୂଆଁ ଦେଖିବାକୁ ମିଳିଥିଲା। ତେବେ ଏହା କୁହୁଡି ନଥିଲା। ଜଙ୍ଗଲରେ ଲୋକେ ପୋଡୁ ଚାଷ ପାଇଁ ନିଆଁ ଲଗାଇ ଦେଉଥିବାରୁ ଜିଲ୍ଲା ସାରା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଚାରିଆଡେ ଧୂଆଁ ହୋଇଯାଇଥିବାରୁ ଘରୁ ପଦାକୁ ବାହାରିବା ମୁସକିଲ ହୋଇଯାଇଥିଲା। ତେବେ ଏନେଇ ଡିଏଫ୍ଓ ପ୍ରଦୀପ ମିରାସେଙ୍କୁ ପଚାରିବାରୁ ସେ ଜିଲ୍ଲାର ବିଭିନ୍ନ ବ୍ଲକରେ ଲୋକେ ପୋଡୁ ଚାଷ ପାଇଁ ନିଆଁ ଲଗାଇ ଦେଇଥିବାରୁ ଏହାର ପ୍ରଭାବରେ ହୁଏତ ଏଭଳି ହୋଇଛି ବୋଲି କହିଥିଲେ। ତେବେ କେବଳ ମାଲକାନଗିରି ସହର ନୁହେଁ, ବରଂ କୋରକୋଣ୍ଡା, କାଲିମେଳା, ଚିତ୍ରକୋଣ୍ଡା, ମାଥିଲି ଭଳି ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ପିଲାମାନଙ୍କୁ ବାହାରକୁ ଛାଡିନଥିଲେ। ଗୋଟିଏ ପଟେ ଅସହ୍ୟ ଗରମ ଲାଗି ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହି ପୋଡୁଚଷ ପାଇଁ ଲଗାଯାଉଥିବା ନିଆଁ ରୁ ବାହରୁଥିବା ଧୂଆଁ ଲୋକଙ୍କୁ ଅତିଷ୍ଠ କରିପକାଇଥିଲା। ତେବେ ଦିନ ତମାମ ଏହା ପବନରେ ଏକ ଅସ୍ତରଣ ହୋଇ ରହିଯାଇଥିଲା।