ସ୍ମୃତି ଇରାନୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ

ଟିଭିର ଲୋକପ୍ରିୟ ସିରିୟଲ କ୍ୟୁଁକି ସାସ୍‌ ଭି କଭି ବହୂ ଥି ଅଭିନେତ୍ରୀ ସ୍ମୃତି ଇରାନୀ ଏହି ଶୋ ‘ରେ ତୁଳସୀ ବିରାନୀର ଭୂମିକାରେ ନଜର ଆସି ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।

0

(ମୁମ୍ବାଇ) : ଟିଭିର ଲୋକପ୍ରିୟ ସିରିୟଲ କ୍ୟୁଁକି ସାସ୍‌ ଭି କଭି ବହୂ ଥି ଅଭିନେତ୍ରୀ ସ୍ମୃତି ଇରାନୀ ଏହି ଶୋ ‘ରେ ତୁଳସୀ ବିରାନୀର ଭୂମିକାରେ ନଜର ଆସି ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛ

ନ୍ତି । ଏବେ ଏହି ଅଭିନେତ୍ରୀ ପଲିଟିକ୍ସରେ ଯୋଗ ଦେଇସାରିଛନ୍ତି , ହେଲେ ଏବେ ବି ସେ ଜଣେ ସଂସ୍କାରୀ ବୋହୂ ଓ ଟିଭି ସ୍କ୍ରିନ୍‌ର ଲୋକପ୍ରିୟ ଅଭିନେତ୍ରୀ ଭାବେ ଖୁବ୍‌ ଜଣାଶୁଣା । ଆଜିକାଲି ସ୍ମୃତି ଇରାନୀ ନିଜର ଟ୍ରାନ୍ସଫର୍ମେସନ କାରଣରୁ ଚର୍ଚ୍ଚାରେ ଆସିଛନ୍ତି । ପ୍ରଶଂସକ ତାଙ୍କର ୱେଟ୍‌-ଲସ୍‌ କୁ ଦେଖି ଚକିତ ହୋଇଛନ୍ତି ।

ସୂଚନାନୁଯାୟୀ , ସ୍ମୃତି ଇରାନୀ ସୋସିଆଲ ମିଡ଼ିଆରେ ନିଜେ ତିନୋଟି ଫଟୋ ଶେୟାର କରିଛନ୍ତି , ଯାହା କୋଲାଜରେ ହୋଇଥିଲା। ଏହି ଫଟୋ ଗୁଡ଼ିକ ମାଧ୍ୟମରେ ସେ ମାସ୍କ ପିନ୍ଧିବା କେତେ ଜରୁରୀ, ଏହା ଉପରେ ଧ୍ୟାନ ଦେଇଛନ୍ତି । ଫଟୋରେ ସ୍ମୃତି ନିଜର ନୋଜ୍‌ ପିନ୍‌ ଓ ଇୟରରିଙ୍ଗ୍ସ ସମେତ ଅନେକ ଜିନିଷ ଫ୍ଲାଣ୍ଟ କରିବା ନଜର ଆସୁଛି । କ୍ୟାପସନରେ ସ୍ମୃତି ଇରାନୀ ଲେଖିଛନ୍ତି – ମଣ୍ଡେ ମନ୍ତ୍ର , ଇୟରରିଙ୍ଗ୍ସ, ନୋଜ୍‌ ପିନ୍‌ ପିନ୍ଧ ବା ପିନ୍ଧ ନାହିଁ , ମାସ୍କ ଅବଶ୍ୟ ପିନ୍ଧ । କାରଣ ଏବେ ବି ୨ ଗଜ ଦୂର ମାସ୍କ ହିଁ ଜରୁରୀ । ଉକ୍ତ ଫଟୋକୁ ଦେଖି ସ୍ମୃତି ଇରାନୀଙ୍କର ପ୍ରଶଂସକତାଙ୍କରୱେଟ୍‌ ଲସ୍‌ ଓ ଜଲାଇନ୍‌ ବିଷୟରେ କହିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି – ଓରିଜିନାଲ ସମୃତି ବେନ୍‌ ଫେରିଆସିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି , ଆପଣ କଣ ଓଜନ କମାଇବା ପରେ ଫେରୁଛନ୍ତି କି , ଆପଣ କଣ ନୂଆ ହୋଇଗଲେ ?