(ମମତା ସାମଲ)ରିପୋର୍ଟସଟୁଡେ: ଦିଲ୍ଲୀର ନୂଆ ପୋଲିସ କମିସନର ଭାବେ ନିଯୁକ୍ତ ହୋଇଛନ୍ତି ଏସ୍ ଏନ୍ ଶ୍ରୀବାସ୍ତବ। ରାଜଧାନୀ ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଥିବା ଭିତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶ୍ରୀବାସ୍ତବଙ୍କ ନାଁରେ ମୋହର ଲାଗିଛି । ମାର୍ଚ୍ଚ ୧ରେ ଶ୍ରୀବାସ୍ତବ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ।
ବର୍ତ୍ତମାନ ଦିଲ୍ଲୀର ପୋଲିସ କମିସନର ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ୟ୍ୟକାଳ ଫେବ୍ରୁଆରି ୨୯ରେ ଶେଷ ହେଉଛି। ତା’ ପୂର୍ବରୁ ତାଙ୍କ ସ୍ଥାନରେ ଏସ୍ ଏନ୍ ଶ୍ରୀବାସ୍ତବଙ୍କୁ ଅବସ୍ଥାପିତ କରାଯାଇଛି।
ଏସ୍ ଏନ୍ ଶ୍ରୀବାସ୍ତବ ଏଜିଏମ୍ୟୁ କ୍ୟାଡରର ୧୯୮୫ ବ୍ୟାଚର ଅଫିସର। ଶ୍ରୀବାସ୍ତବ ପୂର୍ବରୁ ଦିଲ୍ଲୀ ଟ୍ରାଫିକ ଡିଭିଜନରେ ମଧ୍ୟ କାମ କରିସାରିଛନ୍ତି। ଏଥସହିତ ସେ ସିଆରପିଏଫ୍ (ଟ୍ରେନିଙ୍ଗ) ଜମ୍ମୁ କଶ୍ମୀରରେ ଥିଲେ। ଦିଲ୍ଲୀ ହିଂସା ମଧ୍ୟରେ ତାଙ୍କ ସ୍ପେଶାଲ କମିସନର କରାଯାଇଥିଲା।