(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଉତ୍ତର ଆମେରିକାରେ ଦେଖାଯାଉଥିବା ହଗନୋଜ ସ୍ନେକ୍ ବା ଅଫ୍ ଆଡ଼ର ଭୟ ପାଇଲେ , ମଲା ଭଳି ପଡ଼ିରହେ । ଶିକରୀଙ୍କଠାରୁ ରକ୍ଷା ପାଇବା ପାଇଁ ଏହା ତା କ୍ଷେତ୍ରରେ ପ୍ରାକୃତିକ ବ୍ୟବସ୍ଥା । ଏ ଭଳି ପଡ଼ିରହେ ଯେ ଲାଗିବ ସତେ ଯେପରି ସଂପୂର୍ଣ୍ଣ ମୃତ । ତେବେ ଶିକରୀ ହାବୁଡ଼ରେ ପଡ଼ଇଲେ ଏହା ସଷଙ୍ଗ ସଙ୍ଗେ ମୃତର ଛଳନା କରେନାହିଁ । ପ୍ରଥମେ ପବନ ଶୋଷି ପାଟି ଆଁ କରି ମୁଣ୍ଡ ଟେକି ଦେହ ଫୁଲେଇ ଶିକରୀକୁ ଭୟଭୀତ କରିବାକୁ ଚେଷ୍ଟା କରେ । ସେଥିରେ ବିଫଳ ହେଲେ ପ୍ରାଣ ଚାଲିଯିବାର ଅଭିନୟ କରେ । ପାଟି ମେଲାଇ ଓଲଟିଯାଏ । ଟିକିଏ ବି ହଲଚଲ ହୁଏ ନାହିଁ । ଏହାର ଅନ୍ୟ ନାମ ଜୋମ୍ବି ସ୍ନେକ । ଏହା ଏକ ବିଷଧର ସାପ । ଏହାର ପ୍ରିୟ ଖାଦ୍ୟ ଲୁଣିବେଙ୍ଗ । ଲୁଣିବେଙ୍ଗର ବିଷ ଏହି ସାପ ଧାରଣ କରେ । ଉଳ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆମେରିକାରେ ମଧ୍ୟ ହଗନୋଜ ଦେଖାଯାହାନ୍ତି । ତେବେ ସେଗୁଡ଼ିକ ହେଲେ ମୃତ ଅଭିନୟ କରନ୍ତି ନାହିଁ । ରଙ୍ଗ ବଦଳାଇ ଧୋକାଦେବାକୁ ଚେଷ୍ଟା କରନ୍ତି ।