(ସତ୍ୟ ନାରାଣୟ ପାଲ / ରାରଙ୍ଗପୁର ) : ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର -୫ ବିଲୁ ଶର୍ମାଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କ ଘରୁ ବିଜୟୱାଡାରୁ ଆସୁଥିବା ଟ୍ରାନ୍ସପୋର୍ଟ ପେଟିରୁ ବନ ବିଭାଗ ଦ୍ବାରା ନାଗସାପ ଉଦ୍ଧାର
ଶନିବାର ରାତି ୮ ଟା ପାଖାପାଖି ସମୟରେ ଜନୈକ ବ୍ୟକ୍ତି ଘରୁ ବନ ବିଭାଗ କର୍ମଚାରୀ ନାଗସାପ ଉଦ୍ଧାର କରି କୁଚେଇବୁଡି ଜଙ୍ଗଲରେ ଛାଡିଛନ୍ତି ।ପ୍ରକାଶଥାଉକି ରାଇରଙ୍ଗପୁରରେ କାର୍ୟ୍ୟରତ ଏଲଏଣ୍ଡ ଟି କର୍ମଚାରୀ ଆର ମୁଥୁଙ୍କ ଘରୋଇ ସାମନପତ୍ର ଅଗଷ୍ଟ ୯ରେ ଏକ ଘରୋଇ ଟ୍ରାନ୍ସପୋର୍ଟ ଅଗ୍ରୱାଲ ଏଣ୍ଡ ଫୋକସରେ ବିଜୟୱାଡାରୁ ଆସି ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲା ।ପରେ ଭଡାରେ ରହୁଥିବା ମାଲିକ ଏବଂ ମାଲିକାଣୀ ବିଭିନ୍ନ ପେଟି ଖୋଲି ସଜାଉଥିଲେ ।ଗୋଟେ ପେଟିରୁ ଏକ କଣା ଦେଖିଥିଲେ ।କଣା ପାଖରେ କିଛି ହଲଚଲ ହେଉଥିବା ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ।ପରେ ଏକ ଧଳା ନାଗସାପ ଦେଖିଥିଲେ ।ସେହି ପେଟିରେ ସେଉ,ବୁଟ,ଚଣା ଇତ୍ୟାଦି ଘରୋଇ ଖାଇବା ଜିନିଷ ଥିଲା ।ସାପଟିକୁ ଦେଖି ମାଲିକ ଆର ମୁଥୁ ଏବଂ ପଡୋଶୀ ବନବିଭାଗକୁ ଖବର ଦେଇଥିଲେ ।ବନପାଳ ବିପିନ ବେହେରା ତାଙ୍କ କର୍ମଚାରୀ ଫରେଷ୍ଟ ଗାର୍ଡ ପରମାନନ୍ଦ ମହାନ୍ତ ଏବଂ ସୃଷ୍ଟିଧର ମହାନ୍ତ ପାରା ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ସାପଧରା ବାଡି ରେ ଏହି ଧଳାନାଗସାପ ଯାହାର ଲମ୍ବ ୬ ଫୁଟରୁ ଅଧିକ ହେବ ଧରିଥିଲେ। ପରେ ରାତିରେ ରାଇରଙ୍ଗପୁର ନିକଟସ୍ଥ କୁଚେଇବୁଡି ଜଙ୍ଗଲରେ ଛାଡି ଦେଇଥିଲେ ।ସାପଟିକୁ ଛାଡିଲାବେଳେ ଏକ ମୂଷା ବାନ୍ତି କରିଥିଲା ।ତେଣୁ ସନ୍ଦେହ କରାଯାଉଛି ସେହି ପେଟି ଭିତରେ ମୂଷାଟି ସେଉ,ବାଦାମ,ବୁଟ ଖାଉଥିବା ।ଆର ମୁଥୁ ଯେଉଁ ଘରେ ରହୁଛନ୍ତି ସେଠି ଆଖପାଖ ବୁଦା,ନାଳ,ନର୍ଦାମ ଥିଲା ।ସାପଟି ବୋଧେ ମୂଷା ଥିବା ଜାଣିପାରି ଘରର କେଉଁ କଣାବାଟେ ପଶି ପେଟି ସାମନାପଟେ ଏକ କଣାଥିବା ରାସ୍ତାରେ ପେଟି ଭିତରେ ପଶି ମୂଷାକୁ ଖାଇ ରହିଯାଇଥିଲା । ଘର ଲୋକ ନିଜ ଜିନିଷ ପେଟିରୁ ଖୋଲିବା ବେଳେ ଏଭଳି ପରିସ୍ଥିତି ଆସିଥିଲା ।ବେପାର ବିପିନ ବେହେରା ଗଣମାଧ୍ୟମକୁ ସୂଚାଇଥିଲେକି ଯେହେତୁ ଘର ପାଖାପାଖି ନାଳ,ନର୍ଦମା,ବୁଦା ରହୁଥିବାରୁ ସାଇଟଟି ଘର କଣାଦେଇ ମୂଷା ଥିବା ବାସ୍ନାପାଇ ପଶିଆସିଛି ।ପେଟି କଣାଥିବାରୁ ସେହିବାଟେ ପେଟି ଭିତରେ ପଶି ମୂଷାକୁ ଖାଉଛି ବୋଲି ସନ୍ଦେହ କରାଯାଉଛି ।