ମିଳିଲାନି ସାପ କାମୁଡ଼ା ଇଞ୍ଜେକସନ; ଚାଲିଗଲା ମହିଳାଙ୍କ ଜୀବନ!

0

ଟାଙ୍ଗୀ /ରାକେଶ ଜଗଦେବ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରି ରେ ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ । ମୃତ୍ୟୁ କୁ ନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତ୍ତେଜନା । ମୃତକଙ୍କ ନାମ ଅନୁସୂୟା ମହାରଣା ୪୭ । ବାଡ଼ିପଟେ କାମ କରୁଥିବା ବେଳେ ସାପ କାମୁଡି ଥିଲା ମହିଳାଙ୍କ ଗୋଡ଼କୁ । ଆଜି ସକାଳ ସମୟରେ ଘଟିଛି ଘଟଣା । ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଏଠାରେ ଚିକିତ୍ସା କରୁଥିବା ସମୟରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କୁ ନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକେ ଇଞ୍ଜେକ୍ସନ ଅଭାବ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ଡାକ୍ତର ଖାନରେ ଇଞ୍ଜେକ୍ସନ ମହଜୁଦ ଥିବା ସୂଚନା ମିଳିଛି । ଖବର ପାଈଁ ଟାଙ୍ଗୀ ପୋଲିସ ମେଡିକାଲ ରେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଛି । ପରିସ୍ଥିତି ଶାନ୍ତ ରହିଛି ।