ପୁରୀ : ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା । ସ୍ନାନବେଦୀ ଉପରେ ହାତୀବେଶକୁ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ। ଏହା ସହ ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ସୂଚନା ଦିଆଯାଇଛି। ପ୍ରଭୁଙ୍କ ହାତୀ ବେଶ ପରେ ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନଯାତ୍ରା ଦେଖିପାରିବେ । ହୀଲା ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ। ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା । ହାତୀବେଶ ପରେ ୨ରୁ ୩ ଘଣ୍ଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ । ସେହିପରି ଶ୍ରୀକ୍ଷେତ୍ର ଭଉଁରୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଛି । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।