ବରଫ ଚାଦରେ କେଦାରନାଥ ଧାମ

0

(ରିପୋର୍ଟସ ଟୁଡ଼େ)ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର କେଦାରନାଥ ଧାମ ମେ’୯ରେ ଖୋଲିବ । କିନ୍ତୁ ମାର୍ଚ୍ଚ ମାସଯାଏଁ ଭଗବାନ କେଦାରନାଥଙ୍କୁ ବରଫ ଘୋଡେଇ ରଖିଛି । ବର୍ତ୍ତମାନ ସମୟରେ ମନ୍ଦିରରେ ୧୩ ଫୁଟ ବରଫ ଘୋଡେଇ ହୋଇ ରହିଛି । ବିଗତ ୪୫ ଦିନ ହେବ ବିଦ୍ୟୁତ, ଯୋଗାଯୋଗ, ପାନୀୟ ଜଳ ବ୍ୟବସ୍ଥାରେ ବାଧା ପହଂଚିଛି । ଜାନୁଆରୀ ୨୧ରୁ ଯେତେବେଳେ ପ୍ରବଳ ତୁଷାରପାତ ହୋଇଥିଲା, ସେହିଦିନ ଠାରୁ କେଦାରନାଥ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛି । ଜାନୁଆରୀ ୨୧ରେ ପାଖାପାଖି ୭୦ ଜଣ କର୍ମଚାରୀ ପୁନନିର୍ମାଣ କାର‌୍ୟ୍ୟ ପାଇଁ ଏକତ୍ର ହୋଇଥିଲେ କିନ୍ତୁ ଏହି ସମୟରେ ପ୍ରବଳ ତୁଷାରପାତ ଦେଖାଯାଇଥିଲା । ଏହାପରେ କର୍ମଚାରୀମାନେ ସେଠାରୁ ଫେରି ଆସିଥିଲେ ।
ରାମବାଡା ଠାରୁ କେଦାରନାଥ ପାଖାପାଖି ୯ କିଲୋମିଟର ଯାଏଁ ତୁଷାରପାତ ଓ ଆଗ୍ନେୟ ଉଦଗିରଣ ହୋଇଛି । ବିପଦ ସଂକୁଳ ରାସ୍ତାରେ ଏବେ କେଦାରନାଥ ଯିବାକୁ ପଡୁଛି । ଏକ ଟିମ ଗୌରୀକୁଣ୍ଡ ପହଂଚିଛନ୍ତି । କେଦାରନାଥରେ ପ୍ରବଳ ତୁଷାରପାତ ପରେ ରାମବାଡା ଠାରୁ ଆଗକୁ ଛୋଟ ଲିଞ୍ଚୋଲି, ବଡ ଲିଞ୍ଚୋଲି, ରୁଦ୍ର ପଏଣ୍ଟରେ ଅନେକ ଗୁଡ଼ିଏ ବିଦ୍ୟୁତ ଖମ୍ବ ଭାଙ୍ଗିଯାଇଛି ।