ଭୁବନେଶ୍ୱର : ସୋସିଆଲ ମିଡିଆ ତଥା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଆଜି ପୁଣି ଥରେ ଡାଉନ୍ ହୋଇଯାଇଛି । ଏହି କାରଣରୁ ହଜାର ହଜାର ଉପଭୋକ୍ତା ସମସ୍ୟାରେ ପଡ଼ିଛନ୍ତି । ଆଉଟେଜ୍ ଟ୍ରାକିଂ ୱେବସାଇଟ୍ downdetector.com ଅନୁଯାୟୀ, ଉପଭୋକ୍ତାମାନେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ୱେବ୍ ସଂସ୍କରଣରେ ଏଣ୍ଟ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଇଥିଲେ । ଏହା ସହ ନୋଟିଫିକେସନ୍ ମଧ୍ୟ କାମ କରୁନଥିବା ବହୁ ଲୋକ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଟ୍ୱିଟର ସେବାରେ ଏଭଳି ସମସ୍ୟା ଦେଖା ଦେଇଥିଲା । ସୂଚନାମୁତାବକ ଏକ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା, ଯେତେବେଳେ ଟ୍ୱିଟର ବ୍ୟବହକାରୀ ମାନଙ୍କୁ ଏଭଳି ଅସୁବିଧା ଭୋଗିବାକୁ ପଡିଛି । ଏହାପୂର୍ବରୁ, ଡିସେମ୍ବର ୧୧ ସନ୍ଧ୍ୟାରେ ଟ୍ୱିଟର କାମ କରିବା ବନ୍ଦ ହୋଇଥିଲା ।
ଭାରତୀୟ ସମୟ ଅନୁସାରେ, ଆଜି ସକାଳ ପ୍ରାୟ ୬.୦୫ ସମୟରେ ଡାଉନଡିଟେକ୍ଟର କହିବା ମୁତାବକ, ୧୦ ହଜାରରୁ ଅଧିକ ଲୋକ ଟ୍ୱିଟରରେ ଲଗ୍ ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ଡାଉନ୍ ଡିଟେକ୍ଟର ଏକ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ ।ସୂଚନାମୁତାବକ ଏକ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା, ଯେତେବେଳେ ଟ୍ୱିଟର ବ୍ୟବହକାରୀ ମାନଙ୍କୁ ଏଭଳି ଅସୁବିଧା ଭୋଗିବାକୁ ପଡିଛି । ଏହାପୂର୍ବରୁ, ଡିସେମ୍ବର ୧୧ ସନ୍ଧ୍ୟାରେ ଟ୍ୱିଟର କାମ କରିବା ବନ୍ଦ ହୋଇଥିଲା । ଭାରତୀୟ ସମୟ ଅନୁସାରେ, ଆଜି ସକାଳ ପ୍ରାୟ ୬.୦୫ ସମୟରେ ଡାଉନଡିଟେକ୍ଟର କହିବା ମୁତାବକ, ୧୦ ହଜାରରୁ ଅଧିକ ଲୋକ ଟ୍ୱିଟରରେ ଲଗ୍ ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ଡାଉନ୍ ଡିଟେକ୍ଟର ଏକ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ ।