ସୋସିଆଲ ମେଡିଆ ସାହାଯ୍ୟରେ ଧରାପଡିଲେ ଗ୍ୟାଙ୍ଗଷ୍ଟର

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଗତକାଲି ଦିଲ୍ଲୀରୁ ଜନ୍ମଦିନ ପାଳନ କରି ପୋଲିସ ହାତରେ ଧରା ପଡିଲେ ଗ୍ୟାଙ୍ଗଷ୍ଟର । ଜନ୍ମ ଦିନର ଏକ ଭିଡିଓ କରି ସୋସିାଲ ମେଡିଆରେ ଭାଇରାଲ କରିବା ପଡିଲା ମହାଙ୍ଗା । ଭିଡିଓର ସାହାଯ୍ୟ ନେଇ ପୋଲିସ ଦ୍ୱାରା ଗିରଫ ହେଲେ ଗ୍ୟାଙ୍ଗଷ୍ଟର । ପ୍ରକାଶ ଯେ, ନିଖିଲ ଚୌହାନ ଏବଂ ପ୍ରତୀକ ଛାବ୍ରାଙ୍କୁ ଏହି ଭିଡିଓ ସାହାଯ୍ୟରେ ଗିରଫ କରିଛି । ପ୍ରତୀକ ଛାବ୍ରା ତାର ଜନ୍ମଦିନ କେକ ବନ୍ଧୁକରେ କାଟି ସମସ୍ତଙ୍କୁ ଖୁଆଇ ଦେଉଥିବା ଏହି ଭିଡିଓ ପୋଲିସ ହାତରେ ଲାଗିବାରୁ ସେମାନ ଗିରଫ ହୋଇଥିଲେ । ଛାବ୍ରା ନାଁରେ ୬ରୁ ଉଦ୍ଧ୍ୱର୍ ମାମଲା ତଥା ଗ୍ୟାଙ୍ଗଷ୍ଟର, ଦୁଷ୍କର୍ମ ଏବଂ ଧମକ ଆଦି ମାମଲା ରୁଜ୍ଜୁ ହୋଇଥିଲା । ସେହିପରି ନିଖିଲ ନାଁରେ ଅନେକ ଚୋରି ଡକାୟତି ମାମଲା ମାମଲା ମଧ୍ୟ ରହିଛି । ତେବେ ଏହି ଜନ୍ମଦିନ ଭିଡିଓରୁ କ୍ଲୁ ପାଇ ସବ୍ ଇନ୍ସିପେକ୍ଟର ମୁକେଶ ମୀନା ଏମାନଙ୍କୁ ଟ୍ରାକ୍ କରିଥିଲେ। ଏହି ୨ ଜଣ କିଛି ସହଯୋଗୀଙ୍କୁ ଭେଟିବାକୁ ଯାଉଥିବା ସମୟରେ ପୁଲିସ୍ ସେମାନଙ୍କୁ ଧରିଥିଲା।