ବ୍ୟୁରୋ : ଜୀବନ ସାଥି ଏମିତି ଗୋଟିଏ ମଣିଷ ଯିଏ ପ୍ରତ୍ୟେକ ମୂହୂର୍ତ୍ତରେ ମଣିଷର ସାଥ୍ ଦେଇଥାଏ । ସୁଖ ହେଉ ବା ଦୁଃଖ, ହାନି ହେଉ କି ଲାଭ ଦୁନିଆ ପଛରେ ପକାଇ ସେ ହିଁ ସାଥିରେ ଥାଏ । ଏମିତି କିଛି ମୂହୂର୍ତ୍ତ ଆସେ ଯେଉଁଠି ବାପା, ମା’ ଛାଡି ଚାଲିଯାଆନ୍ତି । ଆଉ ବୃଦ୍ଧ କାଳରେ ଅନେକ ଛୁଆ ବି ବାପା ମା’ଙ୍କୁ ଛାଡି ଦିଅନ୍ତି । ହେଲେ ପ୍ରକୃତ ଜୀବନସାଥି ନା କେବେ ହାତ ଛାଡେ ନା ଦୁଃଖ ଦିଏ । ସେମିତି କିଛି ପ୍ରେମ ଆରମ୍ଭ ହୁଏ ସୋସିଆଲ ମିଡିଆରୁ । ଫେସବୁକ୍ ପ୍ରେମ ବି ଭେଟିଦିଏ ମନର ମଣିଷ ।
ସମାଜ ମଧ୍ୟରେ ଉଭୟ ପୁଅ ଓ ଝିଅ ନିଜ ନିଜର ଜୀବନସାଥୀ ଚୟନକୁ ନେଇ ସର୍ବଦା ସତର୍କ ରହିଥାନ୍ତି । ଅଭିଭାବକମାନେ ମଧ୍ୟ ଏକ ଭଲ ପାତ୍ର / ପାତ୍ରୀ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି । ବର ଓ କନ୍ୟାଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ତେବେ ହରିୟାଣାରୁ ଆସିଛି ଏକ ଅଜବ ମାମଲା । ୩ ଫୁଟ ଉଚ୍ଚତା ବିଶିଷ୍ଟ ଜଣେ କନ୍ୟା ଅଢ଼େଇ ଫୁଟ ଉଚ୍ଚତା ବିଶିଷ୍ଟ ବରଙ୍କୁ ବିବାହ କରିଛନ୍ତି । ଅଢ଼େଇ ଫୁଟର ଜସମେର ସିଂହ ଓ ସାଢ଼େ ୩ ଫୁଟର ସୁପ୍ରୀତ କୌରଙ୍କ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫେସବୁକ୍ ରୁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇଥିବାବେଳେ ଜୀବନ ଯାତ୍ରା ପାଇଁ ସେ ପରସ୍ପରର ହାତ ଧରିଛନ୍ତି ।
ସୂଚନା ଅନୁସାରେ, ଦେଢ ବର୍ଷ ପୂର୍ବେ ଦୁହେଁ ସୋସିଆଲ ମିଡିଆରେ ସାକ୍ଷାତ ହୋଇଥିଲେ। ଦେଢ ବର୍ଷ ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ସ୍ଥିର କଲେ। ବିବାହ ପୂର୍ବରୁ ସୁପ୍ରୀତ ତାଙ୍କ ଗାଁରେ ଅନେକ ଥର ପୋଲା ମଲିକଙ୍କୁ ଭେଟିବାକୁ ଯାଇଥିଲେ ଯାହା ଦ୍ୱାରା ସେ ସେ ତାଙ୍କ ପରିବାର ବିଷୟରେ ଜାଣିପାରିବେ। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରେମ ବିବାହ ବିଷୟରେ ସେ ତାଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ। ଉଭୟ ପରିବାର ବିବାହ ପାଇଁ ରାଜି ହୋଇଥିଲେ। ହରିୟାଣାର କୁରୁକ୍ଷେତ୍ର ନିବାସୀ ଜସମେର ସିଂହ ଓରଫ ପୋଲା ମଲିକ । ସୁପ୍ରୀତ ବିବାହ କରିବାକୁ କାନାଡ଼ାରୁ ଜଳନ୍ଧର ଆସିଥିଲେ । ସୁପ୍ରୀତ କାନାଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ସେ କେବେ କେବେ ଭାରତକୁ ଆସନ୍ତି । ସୁପ୍ରୀତ ଏବଂ ପୋଲା ସୋସିଆଲ ମିଡିଆରେ କଥାବାର୍ତ୍ତା ଆରମ୍ଭ କଲେ ଏବଂ ବନ୍ଧୁତା ପରେ ସେମାନେ ପ୍ରେମରେ ପଡ଼ିଗଲେ ଏବଂ ପରେ ବିବାହ କଲେ । ବିବାହ ପରେ ରିସେପ୍ସନ ପାର୍ଟିରେ ପୋଲା ଓ ସୁପ୍ରୀତ ଡ୍ୟାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା ।