ନୂଆଦିଲ୍ଲୀ : ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର । ଗୁରୁବାର ଦ୍ୱିପହର ସମୟରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି ।
ସୂଚନାଯୋଗ୍ୟ ଆଜି ସକାଳ ୧୦.୪୯ ମିନିଟରୁ X ସାଇଟ ଡାଉନ ରହିଛି । X ଖୋଲିବା ସମୟରେ, Welcome ଲେଖା ହୋଇଛି କିନ୍ତୁ ଏହା ପରେ କୌଣସି ପୋଷ୍ଟ ଦେଖାଯାଉନି । ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ଭେରିଫାଇଡ ଓ ନନ୍ ଭେରିଫାଇଡ ଉଭୟଙ୍କ ପାଇଁ ଅସୁବିଧା ହୋଇଛି ।