ଭୁବନେଶ୍ୱର: ପୁଣି ହେଲା ରକ୍ତ ରଞ୍ଜିତ ରାଜଧାନୀର ରାଜରାସ୍ତା । ଚୋରୀ, ଡକାୟତି ସହ ହତ୍ୟା ଓ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି । ତେବେ ମଧ୍ୟସ୍ଥି ଯୋଗୁ ମରଣାନ୍ତକ ଆକ୍ରମଣ ହୋଇଛି। ମଧ୍ୟସ୍ଥି ହୋଇ ଚୋର ଧରାଇ ଦେବାରୁ ସାମାଜିକ କର୍ମୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ। ବିଅର୍ ବୋତଲ , ଷ୍ଟିଲ୍ ଟିଫିନ୍ ଓ ପଥରରେ ଛେଚି ଯୁବକଙ୍କୁ କଲେ ଲହୁ ଲୁହାଣ।
ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ଅଞ୍ଚଳର ଯୁବ ସାମାଜିକ କର୍ମୀ ଆଲୋକ ଦତ୍ତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ଅପରାଧୀ ମାନେ ପୂର୍ବ ଶତ୍ରୁତା ନେଇ ଏପରି କାଣ୍ଡ ଘଟାଇଛନ୍ତି। ବର୍ଷେ ତଳେ ଏକ ଗାଡ଼ି ଚୋରି ମାମଲାରେ ନିଜ ସାଙ୍ଗକୁ ସାହଯ୍ୟ କରି ବାଇକ୍ ରିକଭରି କରାଇବା ସହ ଚୋରାକୁ ଧରାଇବା ଫଳରେ ଚୋରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହାର ଫାଇଦା ଉଠାଇ ସେହି ଅଞ୍ଚଳର ଉତ୍କଳ କେଶରୀ ଖୁଣ୍ଟିଆ ଏବଂ ପ୍ରକାଶ କୁମାର ବେହେରା ଏକୁଟିଆ ଯାଉଥିବା ବେଳେ ଆଲୋକଙ୍କୁ ବିଅର୍ ବୋତଲ , ଷ୍ଟିଲ୍ ଟିଫିନ୍ ଓ ପଥରରେ ଛେଚି ଲହୁ ଲୁହାଣ କରିଥିଲେ। ଏନେଇ ଆଲୋକ ଏବଂ ତାଙ୍କ ସାଙ୍ଗମାନେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ ଜଣକୁ ଅଟକ ରଖି ପଚରଉଚରା କରୁଥିବା ବେଳେ ଅନ୍ୟ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଳାଇଛି ମାରାଥନ୍ ରେଡ୍। ତେବେ ରାଜଧାନୀରେ ଏପରି ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।