(ଶେଖ୍ ଅର୍ଶଦ୍ ଉଲ୍ ହକ୍/ ଖୋର୍ଦ୍ଧା) : ଦୀର୍ଘ ୧୫ ବର୍ଷ ଧରି ଏକ ଅନାଥ ଆଶ୍ରମରେ ରହି ଆସୁଥିବା ଜଣେ କନ୍ୟା ସୁଦୁର ଚେନ୍ନାଇର ଜଣେ ସପ୍ଟଓୟାର ଇଂଜିନିୟରଙ୍କୁ ବାହା ହୋଇଛନ୍ତି । କନ୍ୟା ଜଣକ ପ୍ରଥମ ବର୍ଷର ଏମବିଏ ଛାତ୍ରୀ । ସୂଚନା ଅନୁସାରେ, ଖୋର୍ଦ୍ଧା ଉପକଣ୍ଠ ଆଦୃତା ଶିଶୁ ସଦନରେ ରହି ଆସୁଥିବା ଜ୍ୟୋସ୍ନାରାଣୀ ଚେନ୍ନାଇର ସପ୍ଟଓୟାର ଇଂଜିନିୟର ଶ୍ରୀ ଶଙ୍କର ସହ ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଏହି ବିବାହ ବନ୍ଧନରେ ଚେନ୍ନାଇରୁ ଶଙ୍କରଙ୍କ ପରିବାରର ୨୦ରୁ ଉଦ୍ଧ୍ୱର୍ ସଦସ୍ୟ ଯୋ÷ତୁକ ବିହୀନ ବିବାହରେ ସାମିଲ ହୋଇଥିଲେ । ସ୍ୱାମୀ ଆନନ୍ଦମୃତି ବାବାଙ୍କ ପଥ ପଦର୍ଶିତ ଏହି ବିବାହ ଉତ୍ସବରେ ସ୍ୱାତୀକତ୍ୱା ଏବଂ ସରଳ ବିବାହ ପଦ୍ଧତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନବ ଦମ୍ପତିକୁ ଆର୍ଶୀବାଦ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଆଷୁତୋଷ ମିଶ୍ର, ଆଇନଜୀବି ନଟବର ମହାନ୍ତି, ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ ନିତାଇ ଧଳ, ବି.ସି. ଜେନା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ନରହରି ସେଠୀ ଏବଂ ଜ୍ୟୋତ୍ସାରାଣୀର ସ୍ୱତନ୍ତ୍ର କେୟାର ନେଉଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କର ବିଜୁ ଶିଶୁ ସୁରକ୍ଷା ପାଣ୍ଠିରୁ ବାହାଘର ପାଇଁ ୫୦ ହଜାର ଟଙ୍କାର ଏକ ଚେକ୍ ଜ୍ୟୋସ୍ନାରାଣୀଙ୍କୁ ଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରଦାନ କରିଥିଲେ । ଜ୍ୟୋସ୍ନାରାଣୀର ଏହି ମହାନତା ପାଇଁ ସମସ୍ତେ ଗର୍ବିତ ବୋଲି ଶିଶୁ ସଦନର କର୍ମ କର୍ତା ପ୍ରକାଶ କରିଥିଲେ ।