ଅନ୍ଧବିଶ୍ୱାସ ବଳୟରେ ମଣିଷ, ସୂର୍ଯ୍ୟଗ୍ରହଣରେ ଶିଶୁକୁ ମାଟିରେ ପୋତିଲେ ମାତାପିତା

0

(ମମତା ସାମଲ)ରିପୋର୍ଟସଟୁଡେ: ୨୦୧୯ର ଶେଷ ସୂର୍ଯ୍ୟଗ୍ରହଣ ଆଜି ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ଅଂଶରେ ସୂର୍ଯ୍ୟଗ୍ରହଣର ଅଭୁତ ନଜାରା ଦେଖାଯାଇଛି । ତେବେ ସୂର୍ଯ୍ୟଗ୍ରହଣ ମଧ୍ୟରେ କିଛି ଦୁଭାଗ୍ୟପୂର୍ଣ୍ଣ ଅନ୍ଧବିଶ୍ୱାସର ଚିତ୍ର ଏବେ ମାନବ ସମାଜକୁ ବ୍ୟଥିତ କରିଛି । ଅନ୍ଧବିଶ୍ୱାସର ଅନ୍ଧଗଳିର ଚିତ୍ର କର୍ଣ୍ଣାଟକ ଗୁଳିବର୍ଗାରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ଦିବ୍ୟାଙ୍ଗ ଶିଶୁକୁ ଜିଅନ୍ତା ମାଟିରେ ପୋତିଛନ୍ତି ମାତାପିତା । ତେବେ ଏଠାରେ ଅନ୍ଧବିଶ୍ୱାସ ରହିଛି କି, ଦିବ୍ୟାଙ୍ଗ ଶିଶୁକୁ ସୂର୍ୟ୍ୟଗ୍ରହଣ ଦିନ ମାଟିରେ ପୋତିବା ଦ୍ୱାରା ସେ ଆରୋଗ୍ୟ ହୋଇଥାଏ । ଏନେଇ ଶିଶୁର ମାତାପିତା ତାର ଗୋଡଟାରୁ ମୁଣ୍ଡ ପର୍ୟ୍ୟନ୍ତ ମାଟିରେ ପୋତିଦେଇଥିଲେ । ଶିଶୁର କେବଳ ମୁଣ୍ଡ ହିଁ ବାହାରେ ରହିଥିଲା ।