କିଛି ବେସରକାରୀ ସ୍କୁଲ ମାନୁ ନାହାନ୍ତି ସରକାରୀ ନିୟମାବଳୀ

0

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୨ ଅପ୍ରେଲ ୨୦୨୫ରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ‌ । ଅନେକ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଥିବା ବିଭାଗର‌ ଦୃଷ୍ଟିଗୋଚର ହୋଇଛି ‌ । ଏନେଇ ଏକ ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାକୁ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯେଉଁଠାରେ ସରକାରୀ ନିର୍ଦ୍ଦେଶନାମା ପାଳନ କରାଯାଉନଥିବା ଦୃଷ୍ଟିଗୋଚର ହୁଏ ତେବେ ସେଠାରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ଶିକ୍ଷା ବିଭାଗର କର୍ମଚାରୀ ମାନେ ଏହି ସବୁ ଆମାନିଆଙ୍କ ଉପରେ ନଜର ରଖିବା ସହିତ ନିୟମ ନମାନୁଥିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ବିଭାଗ ତରାଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସରକାରୀ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ତାଗିଦ ମଧ୍ୟ କରାଯାଇଛି ।