ମୁଁ ଯାହାକୁ ପ୍ରାଣ ଦେଇ ଭଲ ପାଉଥିଲି ସେ ଆଜି ମୋତେ ଧୋକା ଦେଲା । ଆଉ ପ୍ରତାରଣା କଲା । ତୁ ସିନା ମୋତେ ଭୁଲି ଗଲୁ, ହେଲେ ମୁଁ ତୋତେ ଭୁଲି ପାରୁନି । ମୁଁ ଆଜି କଣ କରୁଛି କଣ ନାହିଁ , କିଛି ଜାଣି ପାରୁନି । ଭାଇ ଶୁଣେ , ମୁଁ ବାପା ବୋଉଙ୍କୁ ବହୁତ ଭଲ ପାଏ । କିନ୍ତୁ ମୁଁ ଆଉ କିଛି ସମୟ ବଞ୍ଚିବି । ମୁଁ ଚାହୁଁଛି ମୋ ବାପା ବୋଉ କେବେ କଷ୍ଟ ନ ପାଆନ୍ତୁ । ଏବେ ମରିବା ଛଡା ଆଉ ମୋ ପାଖରେ କିଛି ବାଟ ନାହିଁ । କେବ ବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡି ଚାଲିଯିବି । ମୁଁ ବହୁତ ବଡ ଭୁଲ କରିଛି ମୋତେ କ୍ଷମା କରିଦେବ ।
ଦର୍ଶକ ବନ୍ଧୁ ଏ ହେଉଛି ସୋମ୍ୟଙ୍କ କଥା । ଇଏ ସେ ସୋମ୍ୟ ନୁହେଁ , ଯିଏ ଆଗରୁ ପ୍ରେମ ପାଇଁ ଜୀବନ ହାରିଥିଲା । ଇଏ ଆଉଜଣେ । ସିଏ ଥିଲେ ସୋମ୍ୟ ପାଣୀଗ୍ରାହୀ ଇଏ ସୋମ୍ୟ ପରୀଡା । ଚରିତ୍ର ସିନା ଅଲଗା ହେଲେ କାହାଣୀ ସମ୍ପୂର୍ଣ୍ଣ ଏକା । ମୃତ୍ୟୁ ପୂର୍ବରୁ ନିଜ ହୃଦୟର କଥା ଭିଡିଓ ଜରିଆରେ କହି କାନ୍ଦିି ପକାଇଛନ୍ତି ସୋମ୍ୟ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କାଇପଦର ଧଉଳିମୁହଁ ରେଳ ଧାରଣା କଡରୁ ମିଳିଥିଲା ସୋମ୍ୟଙ୍କ ମୃତ ଦେହ । ମୃତ୍ୟୁ ପୂର୍ବରୁ କରିଥିବା ଏହି ଭିଡିଓରେ ହାତ କାଟିଥିବା ଦେଖା ଯାଇଛି । ସେହି ଭିଡିଓରେ ପ୍ରେମରେ ଧୋକା ଖାଇଥିବା କଥା ସେ କହିଛନ୍ତି । ପାଗଳ ପ୍ରାୟ ହୋଇ ଯାଇଥିଲେ ସୋମ୍ୟ ଆଉ ଶେଷରେ ବାପା ମାଁଙ୍କୁ କ୍ଷମା ମାଗି ନିଜ ଜୀବନ ତ୍ୟାଗ କରିଥିଲେ । ମୃତ୍ୟୁ ପୂର୍ବରୁ ଘରଲୋକଙ୍କୁ ଫୋନ କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।