ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି : ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେଡି ବିଧାୟକ

0

ଭୁବନେଶ୍ୱର : ମହାନଦୀର ଜଳସ୍ତର କମିବାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କାହିଛନ୍ତି ବର୍ଷା ହେବାକୁ ବହୁତ ଡେରି ଅଛି, ଖରା ଆରମ୍ଭ ହୋଇଛି, ଏହି ସମୟରେ ମହାନଦୀର ଜଳସ୍ତର କମିଲେ ସ୍ଥିତି ଭୟଙ୍କର ହେବ । ତେବେ ଜଳସ୍ତର କମିବାର ତିନୋଟି କାରଣ ମଧ୍ୟ ସେ ଦର୍ଶାଇଛନ୍ତି ।

ଜଳସ୍ତର କମିବାର ତିନୋଟି କାରଣ

  1. ମହାନଦୀର ଉପର ମୁଣ୍ଡରୁ ପାଣି ଆସୁଛି ତାକୁ ଆମର ପଡୋଶୀ ଭାଇମାନେ ଅଟକାଇ ଦେଉଛନ୍ତି ଯାହା ଫଳରେ ପାଣିର ବହିବାର ପରିମାଣ କମିଯାଇଛି |
  2. ଯେତିକି ଆମକୁ ମିଳୁଛି ବର୍ଷା ଜଳ ଏବଂ ନଦୀର ଜଳ, ସେତିକି ସମୁଦ୍ରକୁ ବୋହିଯାଉଛି | ଉତ୍ପତି ସ୍ଥଳର ପାଣି ଅଟକାଇ ଦେଉଛନ୍ତି, ଆମକୁ ଆମ ପାଣି ମିଳୁଛି, ଆମେ ସଜାଗ ହୋଇ ଟ୍ରିବୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ପାଇଁ ଯୋଜନା କରିବା ଦରକାର | ସେମାନେ ଯଦି ଆନିକଟ କରି ପାଣି ଅଟକାଇଛନ୍ତି, ଆମେ ମଧ୍ୟ ଆମ ନଦାନଦୀ ପାଣି ଅଟକାଇବାର ବ୍ୟବସ୍ତା କଲେ | ସମୁଦ୍ରକୁ ଯେଉଁ ଜଳ ବୋହିଯାଉଛି ତାହାକୁ ରକ୍ଷା କରିପାରିବା, ଯାହା ଫଳରେ ଭୁତଳ ଜଳର ହ୍ରାସ ଘଟୁଛି ତାହା ଅଧିକ ପରିମାଣରେ ସୁରକ୍ଷିତ ରହି ପାରିବ | କଳକାରଖାନା ଏବଂ ନଦୀ ରେ ଯେଉଁମାନେ ପ୍ରଦୂଷଣ ଛାଡ଼ୁଛନ୍ତି ସେମାନଙ୍କ ପାଇଁ ଆମକୁ ଚିନ୍ତା କରିବା ସହ ସଜାଗ ହେବାକୁ ପଡ଼ିବ |
  3. ଆମର ଜଙ୍ଗଲ ଯେମିତି ନଷ୍ଟ ନ ହେବ | ଗଛ କଟାକୁ କିଭଳି କମ କରି ଏହାର ପ୍ରତିବଦଳରେ ଯେଉଁ ଗଛ ଲଗାଯାଉଛି ଏହାକୁ ନିଶ୍ଚିତ କଲେ ଆମ ଜଙ୍ଗଲ ସୁରକ୍ଷିତ ରହି ପାରିବ |