ବାପାର ସ୍ନେହକୁ ଭୁଲିଗଲା ପୁଅ: ଗୁପ୍ତ ଧନ ପାଇଁ ବାପାକୁ ବଳି ଉଦ୍ୟମ

0

ଭୁବନେଶ୍ୱର: ଦିନେ ଯେଉଁ ବାପାର ହାତ ଧରି ଚାଲିବା ଶିଖିଥିଲା, ଯାହାର କାନ୍ଧରେ ବସି ସାରା ଦୁନିଆ ଦେଖୁଥିଲା । ସେହି ବାପାର ସ୍ନେହକୁ ଭୁଲିଗଲା ପୁଅ । ଟିକିଏ ସମ୍ପତ୍ତି ପାଇବା ପାଇଁ ବାପାକୁ ବି ମାରିବାକୁ ପଛାଇଲାନି ପୁଅ । ଗୁପ୍ତଧନ ପାଇବା ପାଇଁ ନିଜ ବାପାକୁ ବଳି ଦେବାକୁ ବାହାରିଥିଲା ପୁଅ । କିନ୍ତୁ କଥାରେ ଅଛି ନା ଅରକ୍ଷିତକୁ ଦଇବ ସାହା । ପୁଅ ବଳି ଦେବା ପୂର୍ବରୁ ମରୁ ମରୁ ବଞ୍ଚିଯାଇଛି ବାପା । କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡିର ବେଲପାହାଡ଼ ଗାଁର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ଲିଙ୍ଗରାଜ ଭୋଇ ଗୁପ୍ତଧନ ପାଇବା ଆଶାରେ ନିଜ ୭୦ ବର୍ଷ ବାପାଙ୍କୁ ବଳି ଦେବାକୁ ବାହାରିଥିଲେ । କିନ୍ତୁ ଘଟଣା ଘଟଇବା ପୂର୍ବରୁ ପୁଅ ଏବଂ ପୂଜକକୁ ମାଡ଼ି ବସିଥିଲା ପୋଲିସ । ତେବେ ବଳୀ ପୂର୍ବରୁ ବାପାକୁ ନିସ୍ତୁକ ମାରିଥିଲା ପୁଅ । ଏହାପରେ ଗାଁରେ ଥିବା ନଳକୂପ ନିକଟକୁ ନେଇ ବାପାକୁ ଗାଧୋଇବା ପରେ ନୂଆ ଲୁଗା ଓ ଫୁଲମାଳ ସହ ରସୁଣ ମାଳ ପିନ୍ଧାଇ ଘରକୁ ନେଇଥିଲେ । ଏସବୁ ଘଟଣା ଗାଁ ଲୋକ ଦେଖିବା ପରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା ।

ଲିଙ୍ଗରାଜ ସମ୍ପତ୍ତି ପାଇବା ପାଇଁ ନିଜ ବାପାଙ୍କୁ ବାପାକୁ ବଳି ଉଦ୍ୟମ କରୁଥିବା ନେଇ ଗ୍ରାମବାସୀ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ସଦଳବଳ ପହଞ୍ଚିବା ବେଳକୁ ଅଭିଯୁକ୍ତ ପୁଅ ନିଜ ବାପାକୁ କବଜା କରି ପୂଜାପୂଜି ଆରମ୍ଭ କରି ସାରିଥିଲା । ପୁଲିସ୍ ବୁଝାଶୁଝ କରିବାକୁ ଚେଷ୍ଟା କରିବାରୁ ମାରଣାସ୍ତ୍ରରେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲା ଲିଙ୍ଗରାଜ । ଏହାପରେ ପୁଲିସ୍ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏଥିରେ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରେ ପୁଅ ଲିଙ୍ଗରାଜ ଭୋଇ ଓ ପୂଜକ ଚିତ୍ରସେନ ରଣାକୁ ଗିରଫ କରିଛି ପୋଲିସ ।ପୁଅ ଲିଙ୍ଗରାଜ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ବହୁ ଚିକିତ୍ସା ପରେ ବି ଆରୋଗ୍ୟ ହୋଇପାରି ନ ଥିବା ବେଳେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କରୁଥିବା କହିଛନ୍ତି ଗ୍ରାମବାସୀ।