ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ

0

ଅନୁଗୋଳ / ଉତ୍ତମ ଦାସ:  ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା  ପୁଅ । ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ।

ସୂଚନା  ଅନୁଯାୟୀ ,  ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା। ଏ ଖବର୍ ଗାଁ ଲୋକ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ। ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜ କୁ ଅଟକ ରଖି ପଚରାଉଚରା କରୁଛି। ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା । ଆଉ ଉତ୍ତ୍ୟକ୍ତ ହୋଇ ମାକୁ ମାଡ଼ ମାରି ଚାଲିଥିଲା । ପ୍ରବଳ ମାଡରେ ମା’ ଲତାଙ୍କର ମୃତ୍ୟୁ ହୋଇଥିଲା ।