ବାଙ୍କୀ : ଜ୍ୱାଇଁ ସାଜିଲା ହତ୍ୟାକାରୀ । ଶ୍ୱଶୁରକୁ ପିଟି ପିଟି ମାରିଦେଲା । ଏପରି ବୀଭତ୍ସ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ଜ୍ୱାଇଁର ହାତରେ ଚାଲିଯାଇଛି ଶ୍ୱଶୁରର ଜୀବନ ।
ସୂଚନାନୁସାରେ, ବାଙ୍କୀ ସିମିଳିପୁର ଗାଁର କାଳନ୍ଦୀ ଦାସଙ୍କ ଝିଅ ପୂଜା ତାଳବସ୍ତ ପଞ୍ଚାୟତ ପୁଟସାହିର ଦୁଃଶାସନ ବେହେରାଙ୍କ ସହ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ମଦ ନିଶାରେ ପୂଜାଙ୍କୁ ଦୁଃଶାସନ ମାଡ଼ ମାରୁଥିବାରୁ ପୂଜା ନିଜ ପୁଅକୁ ଧରି ବାପ ଘରକୁ ଚାଲି ଆସିଥିଲେ। ସେ ବାପ ଘରେ ରହୁଥିଲେ।
ଆଜି ଦୁଃଶାସନ ଶ୍ୱଶୁର ଘରକୁ ଯାଇ ଶାଶୁ ଓ ଶ୍ୱଶୁରଙ୍କ ଉପସ୍ଥିତରେ ପୂଜାଙ୍କୁ ମାରିଥିଲେ। ଏପରିକି ତାଙ୍କ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବାବେଳେ ଶ୍ୱଶୁର କାଳନ୍ଦୀ ତାଙ୍କୁ ବିରୋଧ କରିଥିଲେ। ଆଉ ରାଗରେ କାଳନ୍ଦୀ ଶ୍ୱଶୁରଙ୍କ ମୁଣ୍ଡକୁ ଜୋରରେ ପିଟିଦେଇଥିଲେ,ଫଳରେ କାଳନ୍ଦୀ ତଳେ ପଡ଼ି ଯାଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବାଙ୍କୀ ମେଡିକାଲ୍କୁ ନିଆଯାଇଥିଲା,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ପୁଲିସ୍ ଅଭିଯୁକ୍ତ ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।