ଶଶୁର ଗାଁରେ ଜ୍ୱାଇଁର ଆତ୍ମହତ୍ୟା

0

ରାଇରଙ୍ଗପୁର : ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଆର୍ଥିକ ଅନାଟନ ହେଉ ବା ପାରିବାରିକ ମାନସିକ ନିର୍ଯାତନା  ଆତ୍ମହତ୍ୟା ହିଁ ଶେଷ ନିଷ୍ପତ୍ତି ଭାବି ଅମୂଲ୍ୟ ଜୀବନ ହାରି ଦେଉଛନ୍ତି । ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ଵୁଡାମରା ଗ୍ରାମର ରାଉତୁ ନାଏକଙ୍କ ଜାମାତା ବୈଦ୍ୟନାଥ ଵାନରା (୨୦) ଗାଁ ପାଖରେ  ଜାମୁ ଗଛରେ  ଆତ୍ମହତ୍ୟା  କରିଛନ୍ତି । ଶବକୁ  ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା  ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ  ବୈଦ୍ୟନାଥ ବାନରା ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ରାମହରି ପଞ୍ଚାୟତର ହାତନଵେଡା ଗ୍ରାମର  ।ଦୁଇମାସ ହେଲା ବିଚରା ବୈଦ୍ୟନାଥ ଶଶୁର ଘରେ ରହି ଆସୁଥିଲା । କେଉଁ ପରିସ୍ଥିତିରେ ବୈଦ୍ୟନାଥ ଜୀବନ ହାରିଲା ତାହା ତଦନ୍ତ ସାପେକ୍ଷ ।