କଣ୍ଟାବାଞ୍ଜି: ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ପୋଲିସ ଦ୍ବାରା ଅଟକ । କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଗଣ୍ଡୋଗଳ ଅଭିଯୋଗରେ ଅଟକ ରଖିଛି ପୋଲିସ । ଏପରିକି ପୁଲିସ ସହିତ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।
ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସେଜି ସିଂ । ସେଜି ସିଂଙ୍କୁ ତାଙ୍କ ଜିମରୁ ଧରି ତାଙ୍କ ବିରୋଧରେ IPC ଧାରା ୩୮୩, ୩୮୪ ଓ ୫୦୬ ଓ ଆର୍ମ ଆକ୍ଟ ଲାଗିଛି ।