ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅଭିନେତ୍ରୀଙ୍କ ଚୁଟି କଟା…

0

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ପ୍ରାୟତଃ କୌଣସି ନା କୌଣସି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି । ଏଥର କିନ୍ତୁ ଅଭିନେତ୍ରୀ ନିଜ କେଶ ଦାନ କରି ପ୍ରଶଂସା ସାଉଁଟୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଭିଡିଓ । ଆଜ୍ଞା ହଁ ଆମେ କହୁଛୁ ବଲିଉଡ୍ ଅଭିନେତା ଅନୀଲ କପୁରଙ୍କ ଝିଅ ସୋନମ୍ କପୁରଙ୍କ କଥା । ସୋନମ କପୁର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ କେଶ ଦାନ କରୁଥିବାର ଦେଖିବାକୁ ମିଳୁଛି । ଏଥିପାଇଁ କିଛି ୟୁଜର୍ସ ତାଙ୍କୁ ସାବାସୀ ଦେଉଥିବା ବେଳେ କିଛି ୟୁଜର୍ସ ତାଙ୍କୁ ଥଟ୍ଟା ମଧ୍ୟ କରୁଛନ୍ତି ।

ଅନ୍ୟପଟେ ଅଭିନେତ୍ରୀ ତାଙ୍କ ଲମ୍ବା କେଶ ପାଇଁ ତାଙ୍କ ବାପା ଅନିଲ କପୁରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଗତକାଲି ସୋନମ କପୁର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସେଲୁନରେ ତାଙ୍କ କେଶ କାଟି ଛୋଟ କରୁଥିବାର ଦେଖିବାକୁ ମିଳୁଛି। ତେବେ ପୋଷ୍ଟଟି ସେୟାର କରି ଅଭିନେତ୍ରୀ କହିଛନ୍ତି, ‘ମୁଁ ମୋର କେଶର ୧୨ ଇଞ୍ଚ କାଟିଛି, ଭିଡିଓରେ ଏହା ଛୋଟ ଦେଖାଯାଇପାରେ, କିନ୍ତୁ ପ୍ରକୃତରେ ଏହା ଗୋଟିଏ ଫୁଟ ଲମ୍ବା ଏବଂ ମୋର ଏହି କଟା କେଶକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

ସେପଟେ କିଛି ପ୍ରଶଂସକମାନେ ଅଭିନେତ୍ରୀଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ କିଛି ପ୍ରଶଂସକ ଅଭିନେତ୍ରୀଙ୍କର ମଜାକ ଉଡ଼ାଇଛନ୍ତି। ଜଣେ ୟୁଜର ଅଭିନେତ୍ରୀଙ୍କୁ ଥଟ୍ଟା କରି କହିଛନ୍ତି, ‘ଏତେ ବଡ଼ ବଳିଦାନ, ତୁମେ ଏତେ କେଶ କିପରି ଦାନ କରିପାରିବ? ତୁମେ ଜାଣିପାରୁନ, ଏହା କେବେ ପୁଣି ବଢ଼ିବ। ହେ ଭଗବାନ, ଏହି କେଶରୁ ସମଗ୍ର ଗାଁ ପାଇଁ ୱିଗ୍ ତିଆରି କରାଯାଇପାରିବ। ସେହିପରି ଆଉ ଜଣେ ୟୁଜର ତାଙ୍କୁ କଟାକ୍ଷ କରି କହିଛନ୍ତି, ବାଃ, କି ଚିନ୍ତାଧାରା।’

ଅଭିନେତ୍ରୀ କର୍ମକ୍ଷେତ୍ର ବିଷୟରେ କହିବାକୁ ଗଲେ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ ‘ସାୱାରିଆ’ ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ‘ଦିଲ୍ଲୀ-୬’, ‘ଆଇ ହେଟ୍ ଲଭ୍ ଷ୍ଟୋରିଜ୍’ ଏବଂ ‘ଆଇଶା’ ଭଳି ଫିଲ୍ମରେ ନଜର ଆସିଥିଲେ । ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ୨୦୨୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ବ୍ଲାଇଣ୍ଡ’ରେ ଦେଖିବାକୁ ମିଳିଥିଲା ।