ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୁବର୍ଣ୍ଣପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ  ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ  ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ୨୭ ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୦୮ ଗୋଟି ସାମୁହିକ ଦରଖାସ୍ତ  ଗ୍ରହଣ କରାଯାଇଥିଲା। ଗୋଟିଏ ଦରଖାସ୍ତ ର ତୁରନ୍ତ ସମାଧାନ ହୋଇଥିବା ବେଳେ ଅନ୍ୟ ସମସ୍ତ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l  ଅନୁଷ୍ଠିତ ଯୁଗ୍ମ ଅଭିଯୋଗ  ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୂପା ରଥ , ପଞ୍ଚାୟତ ସମିତି ଅଧ୍ୟକ୍ଷ ସୋନପୁର ପ୍ରହଲ୍ଲାଦ ନାୟକ, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ କୁମାର ଗୁରୁ, ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ତହସିଲଦାର ସୋନପୁର ଯୋଗେଶ୍ୱର ଧରୁଆ , ଡେପୁଟି କଲେକ୍ଟର ( ଗ୍ରୀଭେନସ ) ଶୁଭଶ୍ରୀ ରଥ,ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ,ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l