ସୋନମାର୍ଗ ଟନେଲ ଉଦଘାଟନ । ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ସାଢେ ୬ କିଲୋମିଟର ଲମ୍ବର ଟନେଲ ଉଦଘାଟନ ହୋଇଛି । ଉଦଘାଟନ ସହ ଟନେଲ ନିରôକ୍ଷଣ କଲେ ମୋଦୀ । ୨୭ଶହ କୋଟି ବ୍ୟୟରେ ନିର୍ମିତ ହୋଇଛି z ମୋଡ ଟନେଲ । ଲଦାଖକୁ ସବୁ ଋତୁରେ ଯିବା ଆସିବା ହେବ ସହଜ ।
ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ । ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବାକୁ ଅଧିକ ସମୟ ଲାଗିବନି ।
ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ । ଦେଢ ଘଣ୍ଟା ଯାତ୍ରା ମାତ୍ର ୪୦ ମିନିଟ ସମୟରେ ସମ୍ଭବ ହୋଇପାରିବ ।
ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ ନିବେଶରେ ହ୍ରାସ ହେବ । ସ୍ଥାନୀୟ କୃଷି ଉତ୍ପାଦନ ବଡ ବଜାରରେ ପହଞ୍ଚିପାରିବ । କେଶର, ସେଓ , ଅଖରୋଟ୍,ଚେରୀ ଆଦି ବଡ ବଜାରରେ ପହଞ୍ଚିବ ।