(ଓମ ପ୍ରକାଶ ମିଶ୍ର / ସୋନପୁର ): ସୁବର୍ଣ୍ଣପୁର ଜିଲ୍ଲା ର ସ୍ଥାନୀୟ ଡିଆରଡିଏ ସଭାଗୄହ ଠାରେ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ସଭାପତି ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ର ଆଲୋଚନା ହୋଇଥିଲା।କୄଷୀ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ମସ୍ୟ ଓ ପ୍ରାଣୀ ସମ୍ଫଦ କ୍ଷେତ୍ରରେ ଜିଲ୍ଲା କୁ ଅଧିକ ସମୄଦ୍ଧି କରିବା ନିମନ୍ତେ ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ବିଭାଗୀୟ ଅଧିକାରୀ ତଥା ଲୋକ ପ୍ରତିଦିନ ମାନଙ୍କୁ ପରାମର୍ଶ ଦେଇଥିଲେ।ତରଭା, ବିନିକା, ଉଲୁଣ୍ଡା, ଡୁଙ୍ଗୁରିପାଲି, ବୀରମହାରାଜ ପୁର ବ୍ଳକ ମାନଙ୍କ ରୁ ଜିଲ୍ଲା ପରିଷଦ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ବିଭିନ୍ନ ଗ୍ରାମ ଉନ୍ନୟନ ର ଅଭିଯୋଗ କରିଥିଲେ।ସେହିପରି ପରିଷଦ ରେ ଡିଭେଲ୍ୟୁସନ୍ ଫଣ୍ଡସ୍ ର ଜିଲ୍ଲା ର ମୋଟ ୭୨ ଟି ପ୍ରକଳ୍ପ କୁ ଅନୁମୋଦନ କରାଯାଇଥିଲା।ବିନିକା ବ୍ଳକରେ ଏବଂ ବୀରମହାରାଜ ପୁର ବ୍ଳକରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମାନେ ରହୁନାହାନ୍ତି।ଯନ୍ତ୍ରୀ ମାନେ ରହୁନଥିବାରୁ ରାସ୍ତା ଓ କୋଠା ଘର ନିର୍ମାଣ କାର୍ୟ୍ୟ ର ସଠିକ ତଦାରଖ ହୋଇପାରୁନାହିଁ।ତେଣୁ ଉନ୍ନୟନ ମୂଳକ କାର୍ୟ୍ୟ ଗୁଡିକ ନିମ୍ନ ମାନର ହେଉଥିବା ଜିଲ୍ଲା ପରିଷଦ ଗାୟତ୍ରୀ ପାଣିଗ୍ରାହୀ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ମୋନିଷା ବାନାର୍ଜୀ ଅଭିଯୋଗ ଗୁଡିକ ହସ୍ତକ୍ଷେପ କରି ସମସ୍ତ କାର୍ୟ୍ୟ ର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା,କୄଷୀ ଅଧିକାରୀ ସନ୍ତୋଷ ଜେନା,ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ,ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରା, ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ବେହେରା, ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ପାତ୍ର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ।