(ଓମପ୍ରକାଶ ମିଶ୍ର / ସୁବର୍ଣ୍ଣପୁର ) : ସୁୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରପରିଷଦର ସହରାଚଂଳରେ ଦିର୍ଘ ଚାଳିଶ ବର୍ଷଧରି ବସବାସ କରୁଥିଲେହେଁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ପାଇନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ସ୍ଥାୟି ଘରପଟ୍ଟା ପ୍ରଦାନ କରିବା ପାଇଁ ଯେଉଁ ନିଷ୍ପତ୍ତି ଦିଆଯାଇଥିଲା ତାହାର ବ୍ୟତିକ୍ରମ ଦେଖାଦେଇଛି ସୋନପୁର ପୌରପରିଷଦ । ଏଭଳି ଅଭିଯୋଗ ଆସିଛି ସୋନପୁର ବସ୍ତିବାସିନ୍ଦାଙ୍କ ପକ୍ଷରୁ । ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ରାତିରେ ସ୍ଥାୟୀଜମିପଟ୍ଟା ଘରର ବୁଲି କିଛି ଲୋକଙ୍କୁ ବାଣ୍ଟୁଥଇବା ଅଭିଯୋଗ ହୋଇଛି । ବହୁ ଗରିବ ମାନେ ଆଜି ପର୍ଯ୍ୟନ୍ତ ଜମିପଟ୍ଟା ପାଇପାରିନଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଭୋଟ ବର୍ଜନ କରିବା ସହିତ ଆନ୍ଦୋଳନ ହେବ ବୋଲି ଚେତବେନି ଦେଇଛନ୍ତି ସ୍ଥାନୀୟ ଲୋକେ ।
.