ପୁଅର ବାହାଘରରେ ବାପାଙ୍କ ଆତ୍ମହତ୍ୟା, ବନ୍ଦ ହେଲା ବାହାଘର

0

ବ୍ରହ୍ମପୁର: ଏପଟେ ପୁଅର ବାହାଘର, ସେପଟେ ବାପାଙ୍କ ଆତ୍ମହତ୍ୟା। ଦୁଃଖ ଦରିଆରେ ପୁରା ପରିବାର | ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗାଁରେ | ଏହି ଗାଁର ଖଦାଳ ମହାରଣା(୫୭)ଙ୍କ ପୁଅ ବୁଲୁଙ୍କର ଗାଁ ପାଖରେ ଥିବା ସାଙ୍କୁଳାଇ ପୀଠରେ ବାହାଘର ଚାଲିଥିଲା। ହେଲେ ପୁଅର ମାମୁଁ ପୁଅକୁ ବାହା କରୁଥିବା ବେଳେ ବାପାକୁ ନପଚାରିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଥାନା କର୍ମଚାରୀଙ୍କୁ ଅବଗତ କରି ଆତ୍ମହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ସମିତି ସଭ୍ୟ।

ଏହି ଖବର ପ୍ରଚାରିତ ହେବା ମାତ୍ରେ ବାହାଘର ସ୍ଥଗିତ ରଖାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବାଲିପଦର ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ବୁଲୁ ଓ ବାପା ଖଦାଳ ମହାରଣାଙ୍କ ଭିତରେ ମନୋମାଳିନ୍ୟ ଥିବା ହେତୁ ବୁଲୁ ମାମୁ ଘରେ ରହୁଥିଲେ।